Bikash Khabar
ଉତ୍କଳ ବିଶ୍ୱବିଦ୍ୟାଳୟରେ ପାଇକ ଗବେଷଣା ଚେୟାର,୨୪ରେ ସ୍ଥାପନା କରାଇବେ ପ୍ରଧାନମନ୍ତ୍ରୀ ମୋଦି

କେନ୍ଦ୍ରସରକାରଙ୍କ ପକ୍ଷରୁ ଐତିହାସିକ ପାଇକ ବିଦ୍ରୋହର ଦୁଇଶହ ବର୍ଷ ପୂର୍ତ୍ତି ଉତ୍ସବ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ କରାଯାଉଛି । ପାଇକ ସଂଗ୍ରାମର ସ୍ମୃତିଚାରଣ ଦିଗରେ କେନ୍ଦ୍ରସରକାର ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ସହାୟତା ପ୍ରଦାନ କରୁଥିବା ବେଳେ ଉତ୍କଳ  ବିଶ୍ୱବିଦ୍ୟାଳୟରେ ପାଇକ ଗବେଷଣା ଚେୟାର ପ୍ରତିଷ୍ଠା ପାଇଁ ସହଯୋଗର ହାତ ବଢାଇଛନ୍ତି । ପାଇକ ବିଦ୍ରୋହର ପୃଷ୍ଠଭୂମି ଏବଂ ପ୍ରାକ୍ ସ୍ୱାଧୀନତା ସଂଗ୍ରାମ ଉପରେ ଅଧ୍ୟୟନ ପାଇଁ ନୂଆ ସୁଯୋଗ ସୃଷ୍ଟି ହୋଇଛି । ଏହାଦ୍ୱାରା ପାଇବ ବୀର ବକ୍ସି ଜଗବନ୍ଧୁଙ୍କ ସମେତ ଅନ୍ୟାନ ବୀର ପାଇକ ଓ ସଂଗ୍ରାମର କାହାଣୀ ଲିପିବଦ୍ଧକରଣ ହୋଇପାରିବ । ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶାଗସ୍ତ ଅବସରରେ ଡ଼ିସେମ୍ବର ୨୪ରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ପାଇକ ବିଦ୍ରୋହ ଚେୟାର ଉନ୍ମୋଚନ କରିବେ ।

ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ବିରୋଧରେ ୧୮୧୭ ମସିହାରେ ଓଡ଼ିଶାରେ ଯେଉଁ ପାଇକ ବିଦ୍ରୋହର ସୂତପାତ ହୋଇଥିଲା ତାହା ଭାରତୀୟ ସ୍ୱାଧୀନତା ସଂଗ୍ରାମର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ଦାବୀ କରାଯାଉଛି । ଏହାକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ପାଇଁ ବ୍ୟାପକ ପ୍ରୟାସ କରାଯାଉଥିବାବେଳେ ପାଇକ ବିଦ୍ରୋହ ଗବେଷଣା ଚେୟାର ପ୍ରତିଷ୍ଠା ପ୍ରାକ୍ ସ୍ୱାଧୀନତା ସଂଗ୍ରାମର ଅନେକ ତଥ୍ୟକୁ ଲୋକ ଲୋଚନକୁ ଆଣିପାରିବ ।
 

19/12/2018

Leave a Reply

Your email address will not be published. Required fields are marked *

Comments