Bikash Khabar
ଜୈବିକ କୃଷିକୁ ମିଳିବ ପ୍ରୋତ୍ସାହନ, ଗଢା ହେବ ଓଡ଼ିଶା ଜୈବ କୃଷି ମିଶନ

ଚାଷ ଜମିର ଉର୍ବରତା ବୃଦ୍ଧି, ଚାଷ ବାବଦ ଖର୍ଚ୍ଚ ହ୍ରାସ ଏବଂ ଜୈବ କୃଷିଜାତ ସାମଗ୍ରୀର ବଜାର ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଓଡ଼ିଶା ଜୈବ କୃଷି ଗତ ସେପ୍ଟେମ୍ବର ୭ରେ କ୍ୟାବିନେଟ ଅନୁମୋଦନ ପାଇଥିଲା । ଏବେ ଏହା ସାଧାରଣରେ ପ୍ରକାଶ ପାଇଛି ।
ଜଳବାୟୁକୁ ଦେଖି କିଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ କମ୍ କ୍ଷତିରେ ଉତ୍ପାଦନ ସହ ଚାଷୀଙ୍କ ଆୟ ବଢିବ ସେ ଦିଗ ଗୁଡ଼ିକ ପ୍ରତି ଧ୍ୟାନ ଦେବାକୁ ନିଷ୍ପତ୍ତି ନିଆଯାଇଛି । ଚାଷ ସଂକ୍ରାନ୍ତ ଜ୍ଞାନ ବିସ୍ତାର, ମୃତ୍ତିକା ସ୍ୱାସ୍ଥ୍ୟ ପରିଚାଳନା, ଉକୃଷ୍ଟ ଦେଶୀ ବିହନ ଯୋଗାଣ, ଜୈବ ବିବିଧତାର ରକ୍ଷଣାବେକ୍ଷଣ କୃଷି ଯାନ୍ତ୍ରିକକରଣ, ଜୈବିକ ସାମଗ୍ରୀର ଅମଳ ପରବର୍ତ୍ତୀ ପରିଚାଳନା, ବଜାର ବିକାଶ ଓ ଜୈବିକ କୃଷି ସାମଗ୍ରୀର ରପ୍ତାନୀ ବୃଦ୍ଧି ପାଇଁ ନୂତନ ନୀତିରେ ଲକ୍ଷ୍ୟ ରହିଛି । ରାଜ୍ୟରେ ଜୈବିକ କୃଷିର ବିକାଶ ପାଇଁ ଆନୁଷ୍ଠାନିକ ଭାବେ ଓଡ଼ିଶା ଜୈବ ମିଶନ ପ୍ରତିଷ୍ଠା କରାଯିବ ।
କ’ଣ କରିବ ମିଶନ
ଜୈବିକ କୃଷି ସଂପର୍କିତ ବିଭିନ୍ନ ପ୍ରକାର ନୀତି ପ୍ରଣୟନ କରିବ । ଜୈବିକ କୃଷି କାର୍ଯ୍ୟକ୍ରମ ପ୍ରସ୍ତୁତ କରିବ । ପରିଚାଳନା ପଦ୍ଧତି ନିର୍ଦ୍ଦାରଣ କରିବ । ଆଗାମୀ ୫ ବର୍ଷ ମଧ୍ୟରେ ୨ଲକ୍ଷ ହେକ୍ଟର ଜମିରେ ଜୈବିକ ଚାଷର ଧାର୍ଯ୍ୟ ଲକ୍ଷ୍ୟକୁ ପୁରା କରିବ । ଜୈବିକ କୃଷି କ୍ଷେତ ଓ କୃଷକଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବ । 
 

25/09/2018

Leave a Reply

Your email address will not be published. Required fields are marked *

Comments