Bikash Khabar
ସବୁ ଲୋକ ସନ୍ତରଣ ଜାଣିଥିବା ଗାଁ କୁ ପୁରସ୍କୃତ କରାଯାଉ

ଦରିଦ୍ର ଓଡ଼ିଶାର ରାଜକୋଷରୁ ବିଶ୍ୱ ହକି ପ୍ରତିଯୋଗିତା ପାଇଁ ୧୦୦ କୋଟି ଖର୍ଚ୍ଚ ହେଲା । କିନ୍ତୁ ଯେଉଁ ଖେଳ ଶିଖିଲେ ଶହ ଶହ ଲୋକଙ୍କ ଜୀବନ ରକ୍ଷା ହୋଇପାରନ୍ତା ସେଭଳି ଖେଳ ଶିଖିବା ପାଇଁ ଭିତ୍ତିଭୂମି ନାହିଁ କି ଇଚ୍ଛାଶକ୍ତି ନାହିଁ । ସେଥିମଧ୍ୟରୁ ସନ୍ତରଣ ଶିକ୍ଷା ଅନ୍ୟତମ । ଜଳାଶୟ ଥିବା ପ୍ରତି ପଂଚାୟତରେ ସନ୍ତରଣ ଶିକ୍ଷା ପାଇଁ ପ୍ରତିଯୋଗିତା କରାଗଲେ ସ୍ଥାନୀୟ ଲୋକଙ୍କ ସଂପୃକ୍ତି ଓ ଆଗ୍ରହ ବଢନ୍ତା । ଏ ଦିଗରେ ଅଧିକ ଆଗ୍ରହ ସୃଷ୍ଟି କରିବା ଲାଗି ସବୁଲୋକ ସନ୍ତରଣ ଜାଣିଥିବା ଗାଁକୁ ପୁରସ୍କୃତ କରାଯାଇପାରନ୍ତା । କିନ୍ତୁ ଯେଉଁ ରାଜ୍ୟରେ ପୁରୀଠାରୁ ଭୁବନେଶ୍ୱର ଦୌଡ଼ୁଥିବା ବୁଦ୍ଧିଆକୁ ନିର୍ବୁଦ୍ଧିଆ କରିଦିଆହେଲା ସେ ରାଜ୍ୟରେ ଏହା ଆଶା କରିବା ବୋଲି ଉଦବେଗଜନକ ପ୍ରତିକ୍ରିୟା ଦେଇଛନ୍ତି ଗାନ୍ଧିବାଦୀ ପଦ୍ମଚରଣ ନାୟକ । ଏକ ପ୍ରତିଷ୍ଠିତ ଦୈନିକରେ ବିଶ୍ୱହକି ପ୍ରତିଯୋଗିତା ପରେ ଶୀର୍ଷକରେ ଏକ ନିବନ୍ଧ ଜରିଆରେ ପଦ୍ମଚରଣ ରାଜ୍ୟରେ ପ୍ରତିବର୍ଷ ନଇ, ନାଳ, ଗାଡ଼ିଆ, ପୋଖରୀରେ ବୁଡ଼ି ୩୬୫ ଜଣଙ୍କ ଜୀବନ ଯାଉଥିବା ପରିସଂଖ୍ୟାନ ଦେଇ ଗ୍ରାମାଂଚଳରେ ସନ୍ତରଣ ପାଇଁ ବିଭିନ୍ନ ପ୍ରତିଯୋଗିତା ଆୟୋଜନ ପାଇଁ ପ୍ରସ୍ତାବ ଦେଇଛନ୍ତି । 

ସନ୍ତରଣ ଦ୍ୱାରା ଜଣେ ଶାରୀରିକ ଭାବେ ଫିଟ ରହିପାରେ । ମାନସିକ ଚାପ ପ୍ରଶମିତ ହୁଏ । ମନୋରଞ୍ଜନ ମିଳେ । ଜଳାଶୟ ଗୁଡ଼ିକର ସଂରକ୍ଷଣ ଚିନ୍ତା ବଢେ ଓ ପ୍ରକୃତିର ସୁରକ୍ଷା ହୋଇଯାଇଥାଏ । ଏହି କ୍ରୀଡ଼ା ପାଇଁ ବ୍ୟାପକ ଅର୍ଥ ଖର୍ଚ୍ଚର ଆବଶ୍ୟକତା ନଥାଏ ବୋଲି ବିଶେଷଜ୍ଞମାନଙ୍କ ମତ । 
 

25/12/2018

Leave a Reply

Your email address will not be published. Required fields are marked *

Comments