Bikash Khabar
ଜେଲରେ ଲେଖିଥିବା କବିତା କଏଦୀର ଜୀବନ ବଂଚାଇଲା

ଅନୁତାପର ଶବ୍ଦ କେବଳ  ହୃଦୟକୁ ସ୍ପର୍ଶ କରେନି ବରଂ ଜୀବନ ବି ବଂଚାଇପାରେ । ଜେଲରେ ଲେଖାଯାଇଥିବା କବିତାର ପଙ୍କକ୍ତି ନାବାଳିକା ଅପହରଣ ଏବଂ ହତ୍ୟା କରିଥିବା ଦୋଷୀର ଜୀବନ ବଂଚାଇ ଦେଇଛି । ସୁପ୍ରିମକୋର୍ଟ କବିତାର ଭାବକୁ ବୁଝିବା ପରେ ତାର ମୃତ୍ୟୁଦଣ୍ଡକୁ ଆଜୀବନ ଜେଲ ଦଣ୍ଡରେ ବଦଳାଇ ଦେଇଛନ୍ତି ।

ଜଷ୍ଟିସ ଏ କେ ସିକ୍ରି, ଏସ ଏ ନଜିର ଏବଂ ଏମ ଆର ଶାହଙ୍କ ଖଣ୍ଡପୀଠ ଏପରି ଆଦେଶ ଦେଇ ଦୟାନେଶ୍ୱରଙ୍କୁ ମୃତ୍ୟୁଦଣ୍ଡରୁ ମୁକ୍ତ କରି ଦେଇଛନ୍ତି । କବିତାର ଏହି ପଙକ୍ତିରେ ଦୋଷୀ ନିଜର ଅପରାଧକୁ ନେଇ ଗଭୀର ଅନୁଶୋଚନା ସହିତ ଭୁଲ ସ୍ୱିକାର କରିଥିଲା । ଖଣ୍ଡପୀଠ ଏହି କବିତାକୁ ଦେଖି ଦୋଷୀ ନିଜର ଦୋଷକୁ ନେଇ ଅନୁତାପ କରୁଥିବାରୁ ସେ ସମାଜ ପ୍ରତି ବିପଦ ନୁହଁ ବୋଲି ଦର୍ଶାଇ ମୃତ୍ୟୁଦଣ୍ଡକୁ ଫେରାଇ ନେଇଥିଲେ । ତାର ଅପରାଧ କ୍ରୁର ଏବଂ ନିଷ୍ଠୁର କିନ୍ତୁ ଫାଶିର ଦଣ୍ଡର ଆବଶ୍ୟକତା ନାହିଁ । ଦୟାନେଶ୍ୱର ବିଗତ ୧୧ ବର୍ଷ ଧରି ଜେଲରେ ରହିଛି । ଜେଲ ଭିତରେ ଗାନ୍ଧୀ ବିଚାରଧାରାର ପ୍ରଶିକ୍ଷଣ ନେବା ସହ ନିୟମିତ କବିତା ଲେଖୁଛି । ତାକୁ ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୦୨ (ହତ୍ୟା), ୩୬୪ (ଅପହରଣ) ଏବଂ ୨୦୧ (ପ୍ରମାଣ ନଷ୍ଟ) ଅଭିଯୋଗରେ ଦଣ୍ଡ ଦିଆଯାଇଥିଲା ।

01/03/2019

Leave a Reply

Your email address will not be published. Required fields are marked *

Comments