Bikash Khabar
ରୋଗୀଙ୍କୁ ଫେରାଇଲେ ରଦ୍ଦ ହେବ ଘରୋଇ ହସ୍ପିଟାଲ ଲାଇସେନ୍ସ

  ଲକ୍ଡାଉନ୍ରେ ଯେପରି ଲୋକେ ସ୍ବାସ୍ଥ୍ୟ ସେବା ପାଇପାରିବେ ସେଥିପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଇ ଆସିଛନ୍ତି। ହେଲେ ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ କେତେକ ଘରୋଇ ହସ୍ପିଟାଲ ନର୍ସିଂହୋମ୍ରୋଗୀଙ୍କୁ ଚିକିତ୍ସା କରି ଫେରାଇ ଦେଉଥିବା ଅଭିଯୋଗ ହେଉଛି। ଏହା ନଜରକୁ ଆସିବା ପରେ ପୂର୍ବରୁ ମଧ୍ୟ କେତେଥର କାର୍ଯ୍ୟାନୁଷ୍ଠାନ ପାଇଁ ସରକାର ତାଗିଦ୍କରିଛନ୍ତି। ତଥାପି ଘରୋଇ ହସ୍ପିଟାଲ ନାଁରେ ସମାନ ଅଭିଯୋଗ ଆସୁଥିବାରୁ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ପୁଣି ଥରେ ଚେତାବନୀ ଦେଇଛନ୍ତି। ଯଦି କୌଣସି ହସ୍ପିଟାଲ ରୋଗୀଙ୍କୁ ଚିକତ୍ସା କରି ଫେରାଇବେ ସମ୍ପୃକ୍ତ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ହସ୍ପିଟାଲ ଲାଇସେନ୍ସ ରଦ୍ଦ କରିବା ପାଇଁ ମଧ୍ୟ ଆମେ ପଛାଇବୁ ନାହିଁ ବୋଲି ସେ କହିଛନ୍ତି।

17/05/2020

Leave a Reply

Your email address will not be published. Required fields are marked *

Comments