Bikash Khabar
ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ନବୀନଙ୍କ ନିର୍ବାଚନ ଭେଟି, ମିଳିବ ୧୫ ହଜାର ଟଙ୍କା ଓ ମୋବାଇଲି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାରିପଦା ଗସ୍ତକୁ କାଉଣ୍ଟର କରିବା ପାଇଁ ବିଜେଡ଼ି ପୁରୀରେ ଖେଳିବ ମହିଳା କାର୍ଡ଼ । ପୁରୀ ଜିଲ୍ଲାର ସମସ୍ତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଏକାଠି କରିବାର କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି । ଆସନ୍ତା ୫ ତାରିଖରେ ପୁରୀ ମିନି ଷ୍ଟାଡ଼ିୟମରେ ସରକାରୀ ଖର୍ଚ୍ଚରେ କେବଳ ପୁରୀ ଜିଲ୍ଲାର ୪୨ ହଜାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ୧୨ଟି ମହାସଂଘକୁ ଡ଼କାଯାଇଛି । ସମାବେଶରେ ୨୭ ହଜାର ସ୍ୱୟଂ ସହାୟକ ଗୋଷ୍ଠୀକୁ ସହାୟତା ବାବଦରେ ୧୫ ହଜାର ଟଙ୍କା ପ୍ରତି ମହାସଂଘକୁ ୨୫ ଲକ୍ଷ ଟଙ୍କା ଓ ସମସ୍ତ ଏସ୍ଏଚଜିକୁ ୩ ହଜାର ଟଙ୍କା ଲେଖାଏ ମୋବାଇଲି କିଣିବା ପାଇଁ ପ୍ରଦାନ କରାଯିବ ।

ଏହି କାର୍ଯ୍ୟକ୍ରମରେ ୬୦ ହଜାର ସଦସ୍ୟା ଯୋଗଦେବେ । ଏହି ସରକାରୀ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ମନ୍ତ୍ରୀ-ବିଧାୟିକା ଯୋଗଦେବେ । ଜିଲ୍ଲାର ଜଣେ ବରିଷ୍ଠ ମନ୍ତ୍ରୀ ପିପିଲି ପୀଡ଼ିତାଙ୍କ ମୃତ୍ୟୁ ପରେ ମଧ୍ୟ କଟାକ୍ଷ କରି ସମାଲୋଚିତ ହେଉଥିବାବେଳେ ପୁରୀ ଜିଲ୍ଲାରେ ନିର୍ବାଚନ ପୂର୍ବରୁ ମହିଳାମାନଙ୍କୁ ବିନା ଯୋଜନାରେ ବଡ଼ ପରିମାଣର ଅର୍ଥ ରାଶି ବାଣ୍ଟି ନବୀନ ସରକାର କ୍ଷମତାକୁ ଯେ କୌଣସି ବାଟରେ ଆସିବା ଉଦ୍ୟମ କରୁଛନ୍ତି ବୋଲି ଅଭିଯୋଗ ହେଉଛି । ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡ଼ିକ କେବଳ କାଗଜ କଲମରେ ଚାଲିଛି ନା ପ୍ରକୃତ ସଶକ୍ତିକରଣ କାର୍ଯ୍ୟରେ ନିୟୋଜିତ ଅଛି ତାର ସଠିକ୍ ମୂଲ୍ୟାଙ୍କନ ନହୋଇ ରାଜକୋଷରୁ ମନଇଚ୍ଛା ନବୀନ ଭୋଟ ପାଇଁ ଉଡ଼ାଉଛନ୍ତି ବୋଲି ବିରୋଧୀ କହିଛନ୍ତି । 
 

02/01/2019

Leave a Reply

Your email address will not be published. Required fields are marked *

Comments