Bikash Khabar
ସାବାସ ସବିତା ଓ ପୂର୍ଣ୍ଣିମା, ଡ଼ଙ୍ଗା ବୁଡ଼ିରୁ ବଂଚାଇ ଦେଲେ ୧୩ ଜୀବନ

ଶୀତ ରାତି ପୁଣି ପାଣି ଭିତରେ କୁମ୍ଭୀର । ତଥାପି ଭୃକ୍ଷେପ ନକରି ନିଜ ବାପାଙ୍କ ସହ ପାଣି ଭିତରେ ପଶି ଦୁଇ ଭଉଣୀ ସବିତା ଓ ପୂର୍ଣ୍ଣିମା ବୁଡ଼ି ଯାଉଥିବା ୧୩ ଜଣଙ୍କୁ ଉଦ୍ଧାର କରି କୂଳକୁ ଆଣିପାରିଲେ । କେନ୍ଦ୍ରାପଡ଼ା ମହାକାଳପଡ଼ା ନିପାଣିଆର ଡ଼ଙ୍ଗା ବୁଡ଼ିରେ ୧୦ ଜଣଙ୍କ ଜୀବନ ଯାଇଥିବାବେଳେ ଏବେ ଗାଁ ପାଳୁଛି ଶୋକ । ନିପାଣିଆ ସମେତ ପାଖପଡ଼ିଶା ଗାଁରେ ଡ଼ଙ୍ଗା ବୁଡ଼ି ଓ ମୃତ୍ୟୁବରଣ କରିଥିବା ଲୋକଙ୍କୁ ନେଇ ଶୋକ ସମ୍ବାଦ ଭିତରେ ଯେଉଁମାନେ ବଂଚିଯାଇଛନ୍ତି ସେମାନଙ୍କ କଥା ମଧ୍ୟ ଚର୍ଚ୍ଚା ହେଉଛି । ୧୩ ବର୍ଷର ସବିତା ଗିରି ତାଙ୍କ ବାପା ବୁଦ୍ଧଦେବ ଗିରି ଓ ଜଣେ ସାଙ୍ଗ ପୂର୍ଣ୍ଣିମା ଗିରି ଭରା ନଈ ଭିତରେ ପଶି ବୁଡ଼ି ଯାଉଥିବା ଲୋକଙ୍କ ହାତ ଧରି କୂଳରେ ପହଂଚାଇଥିଲେ ।

ଜ୍ଞାନମୟୀ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀରେ ପଡ଼ୁଥିବା ସବିତା ନିଜର ଅଢେଇବର୍ଷର କୁନି ଭାଇ ରାଜାକୁ ପାଣିରେ ବୁଡ଼ି ଜୀବନ ହାରିବାର ଦୁଃଖ ମାତ୍ର ୩ ମାସ ତଳେ ସହିଥିଲେ । ସଞ୍ଜ ବେଳେ ପାଣି ଭିତରେ ବୁଡ଼ିଯାଉଥିବା ଲୋକଙ୍କ ଚିକ୍ରାର ଶୁଣିବା ପରେ ସେ କୁମ୍ଭୀର ଓ ଶୀତକୁ ଖାତିର ନକରି ପାଣିକୁ ଡ଼େଇଁ ପଡ଼ିଥିଲେ । ଅନ୍ଧାର ରାତିରେ ଭରା ନଈ ମଧ୍ୟରୁ ୧୩ ଜଣଙ୍କ ପାଇଁ ଦେବଦୂତ ସାଜିଥିବା ପୂର୍ଣ୍ଣିମା ଓ ସବିତାଙ୍କ ପ୍ରଶଂସା କରିଛନ୍ତି ଗ୍ରାମବାସୀ । ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି । ନଇଁ ପହଁରା ଜାଣିଥିବାରୁ ଏହା ସମ୍ଭବ ହେଲା ବୋଲି ସେମାନେ କହନ୍ତି । 
 

05/01/2019

Leave a Reply

Your email address will not be published. Required fields are marked *

Comments