Bikash Khabar
ବାତ୍ୟା କ୍ଷତିଗ୍ରସ୍ତ ଙ୍କୁ ସହଯୋଗ ପାଇଁ ଆଗେଇ ଆସିଲା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ

ବାତ୍ୟା ଫୋନିକ୍ଷତିଗ୍ରସ୍ତଙ୍କ ପାଇଁ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(ଆରଏସ୍ଏସ୍) ସହାୟତାର ହାତ ବଢ଼ାଇଛି। ସଂଘ ପକ୍ଷରୁ ଲକ୍ଷ ୬୪ ହଜାର ୭୬ଜଣ ବିପନ୍ନଙ୍କୁ ଶୁଖିଲା ରନ୍ଧା ଖାଦ୍ୟ, ପାଣି, ତାରପୋଲିନ ଔଷଧ ଯୋଗାଇ ଦିଆଯାଇଛି। ଏହାସହ  କ୍ଷତିଗ୍ରସ୍ତ ପାନ ଚାଷୀଙ୍କୁ ମଧ୍ୟ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବା ନେଇ ଆରଏସ୍ଏସ୍ ପକ୍ଷରୁ କୁହାଯାଇଛି। ନଡ଼ିଆ ଚାଷୀଙ୍କୁ ମଧ୍ୟ ଚାରା ଯୋଗାଇ ଦିଆଯିବ ବୋଲି ଆରଏସ୍ଏସ୍ ବରିଷ୍ଠ ଅଧିକାରୀ କହିଛନ୍ତି। କ୍ଷତିଗ୍ରସ୍ତ ହୋଇଥିବା ପ୍ରାୟ ୧୦ ହଜାର ପରିବାରକୁ ଆରଏସ୍ଏସ୍ ଖାଦ୍ୟ ଆର୍ଥିକ ସହାୟତା ଯୋଗାଇବ ବୋଲି ଜଣାପଡ଼ିଛି।ବାତ୍ୟା ଫୋନିପରଠୁ ଓଡ଼ିଶାରେ ପ୍ରାୟ ଦେଢ଼ ହଜାରରୁ ଅଧିକ ସ୍ୱୟଂ ସେବକ କ୍ଷତିଗ୍ରସ୍ତ ଜନଗଣଙ୍କ ସହାୟତାରେ ଲାଗିଛନ୍ତି ବନ୍ୟା ବାତ୍ୟା ଭୂକମ୍ପ ଆଦି ପ୍ରାକୃତିକ ବିପର୍ଯ୍ୟୟ ସମୟରେ  ସ୍ୱୟଂ ସେବକ ମାନେ ନିଷ୍ଠାପର ସେବା ରେ ନିୟୋଜିତ ହୋଇଥାନ୍ତି ୧୯୯୯ ମହାବାତ୍ୟା ସମୟରେ ଆରଏସ୍ଏସ୍ ଅବଦାନ କୁ ଭୁଲିହେବନାହିଁ ବୋଲି ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଉଧାର,ରିଲିଫ, ପୁନଃ ନିର୍ମାଣ କାମରେ ଆର ଆର ଏସ ସ୍ବେଛାସେବୀ ମାନେ ଦୀର୍ଘ କାଳ ଧରି କାମକରିଆସୁଛନ୍ତି

11/05/2019

Leave a Reply

Your email address will not be published. Required fields are marked *

Comments