Bikash Khabar
ପାରମ୍ପରିକ ଜଳସେଚନର ସୂତ୍ରଧର ଭିନ୍ନକ୍ଷମ ରଇବୁ ମହାନ୍ତ

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଚେମେଣା ପଂଚାୟତ ଧନୁର୍ଯ୍ୟୟ ଗାଁର ଦିବ୍ୟାଙ୍ଗ ରଇବୁ ମହାନ୍ତ । ଜନ୍ମରୁ ପୋଲିଓରେ ଆକ୍ରାନ୍ତ ହୋଇ ଅଣ୍ଟା ତଳକୁ ଅଚଳ ହୋଇଯାଇଛି । ଦୁଇ ହାତରେ ଭରା ଦେଇ ବାଟ ଚାଲୁଥିଲେ ସୁଦ୍ଧା ଜୀବନ ଯୁଦ୍ଧରେ ଥକି ପଡ଼ି ନାହାନ୍ତି ରଇବୁ । ଦୃଢ ଇଚ୍ଛା ଶକ୍ତି ବଳରେ ଗୋଡ଼ରେ ଚାଲିବାର ଶକ୍ତି ନଥାଇ ସୁଦ୍ଧା ସେ ଚାଷ କାମ ସହ ଜଡ଼ିତ । ଚାଷକୁ ସଫଳତାର ସହ କରି ନିଜର ଦୁଇ ଝିଅଙ୍କୁ ବିବାହ ଦେବା ସହ ଦୁଇ ଅକ୍ଷର ପାଠ ପଢାଇ ଯୋଗ୍ୟ କରାଇପାରିଛନ୍ତି । ପତ୍ନୀ ଭାନୁମତି ମଧ୍ୟ ପୋଲିଓରେ ଆକ୍ରାନ୍ତ ହୋଇ ହରାଇଛନ୍ତି ଗୋଟିଏ ଗୋଡ଼ । ଗୋଟିଏ ଗୋଡ଼ରେ ବାଡ଼ିଟିଏ ଧରି ସେ ସ୍ୱାମୀଙ୍କ ପାଇଁ ଯୋଗାଇଛନ୍ତି ସାହସ ।

ଘର ପାଖ ଗାଡ଼ିଆରେ ମଂଚାଟିଏ କରିଛନ୍ତି ରଇବୁ । ମଂଚା ଉପରେ ପାଣି ପାଇପ୍ ମୁହଁରେ ବାଲତି ବାଲତି ପାଣି ଢାଳୁଛନ୍ତି । ସେହି ପାଣି ସିଧା ଚାଷଜମିକୁ ଗଡ଼ି ଆସି ସେଚ ସୁବିଧା କରାଉଛି । ରଇବୁ କହନ୍ତି ଏହା କିଛି ବଡ଼ କଥା ନୁହେଁ । ପାଣିର ଧର୍ମ ହେଲା ଉପରୁ ତଳକୁ ଗଡ଼ିବା । ତେଣୁ ପାଇପକୁ ଭୂମି ପତନ ଠାରୁ ଉଚ୍ଚ ମଂଚାରେ ରଖି ତାର ଗୋଟିଏ ମୁହଁରେ ପାଣି ଢାଳିଲେ ଆର ପାଖ ମୁହଁ କ୍ଷେତରେ ପାଣି ଦେଉଛି । ରଇବୁଙ୍କ ବୁଦ୍ଧି ଫଳପ୍ରଦ ହୋଇ କ୍ଷେତରେ ନାନା ଜାତିର ଫଳ ଫଳାଇଛି । 
 

14/11/2018

Leave a Reply

Your email address will not be published. Required fields are marked *

Comments