Bikash Khabar
ରେଳବାଇ ସୃଷ୍ଟି କଲା ନୁଆ ଏକ ରେକର୍ଡ଼ : ଓଡ଼ିଶାରେ ୫ ଘଣ୍ଟାରେ ତିଆରି ହେଲା ୬ ଅଣ୍ଡର ବ୍ରିଜ, ୩୦୦ ଲୋକ ଲାଗିଥିଲେ କାମରେ

 ବିଳମ୍ବ ପାଇଁ ସବୁବେଳେ ଚର୍ଚ୍ଚିତ ଥିବା ଭାରତୀୟ ରେଳ ଏବେ ସବୁଠୁ କମ୍ ସମୟରେ ୬ଟି ଅଣ୍ଡର ବ୍ରିଜ ନିର୍ମାଣ କରି ଉଲ୍ଲେଖନୀୟ ଉଦାହରଣ ସୃଷ୍ଟି କରିଛି । ମାନବବିହୀନ ରେଳ ଫାଟକ ଅତିକ୍ରମଣ ଜନିତ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ପୂର୍ବତଟ ରେଳପକ୍ଷରୁ ଓଡ଼ିଶାରେ ମାତ୍ର ୫ ଘଣ୍ଟା ସମୟ ମଧ୍ୟରେ ୬ଟି ଅଣ୍ଡରବ୍ରିଜ ନିର୍ମାଣ କରିବାରେ ସକ୍ଷମ ହୋଇଛି ।

ସମ୍ବଲପୁର ରେଲୱେ ମଣ୍ଡଳ ପକ୍ଷରୁ ଗୁରୁବାର ଏକା ସାଙ୍ଗରେ ୬ଟି ଅଣ୍ଡରବ୍ରିଜର କାମ ଆରମ୍ଭ ହୋଇଥିଲା । ୫ ଘଣ୍ଟା ସମୟ ଭିତରେ ସମସ୍ତ ବ୍ରିଜର କାମ ସରିଥିଲା । ଭବାନୀପାଟଣା, ଲାଞ୍ଜିଗଡ଼ ରୋଡ଼ ସେକ୍ସନରେ ୭ଟି ମାନବବିହୀନ କ୍ରସିଂକୁ ବନ୍ଦ କରିଦିଆଯିବ । ୫ ଘଣ୍ଟାରେ ୬ଟି ଏପରି ବ୍ରିଜ ନିର୍ମାଣ ପ୍ରଥମ ଥର ପାଇଁ କରାଯାଇଛି । ଏହି କାମରେ ୨୦ ଜଣ ବିଶେଷଜ୍ଞ ୧୨ଟି କ୍ରେନର ସହାୟତା ନିଆଯାଇଥିଲା । ୩୦୦ ଶ୍ରମିକ ନିୟୋଜିତ ରହିବା ସହିତ ଅଣ୍ଡରବ୍ରିଜ କାମ କରିବା ପୂର୍ବରୁ ୪.୧୫ ମିଟର ଉଚ୍ଚର ୭ଟି କଂକ୍ରିଟ ବାକ୍ସ ନିର୍ମାଣ କରିଥିଲେ । ୬ଟି ବ୍ରିଜ ପାଇଁ ଏଭଳି ୪୨ଟି କଂକ୍ରିଟ ବାକ୍ସ ନିର୍ମାଣ କରାଯାଇଥିଲା । 

07/07/2018

Leave a Reply

Your email address will not be published. Required fields are marked *

Comments