Bikash Khabar
ଅମୃତସର ଟ୍ରେନ ଦୁର୍ଘଟଣା, ମହମବତୀ ଜାଳି ରାମ, ହନୁମାନ, ସୀତା ଜଣାଇଲେ ଶ୍ରଦ୍ଧାଞ୍ଜଳି

ରାବଣ ପୋଡ଼ି ଦେଖୁଥିବା ଲୋକଙ୍କ ଉପରେ ଟ୍ରେନ ମାଡ଼ିଯିବା ଘଟଣାରେ ୬୦ ଜଣଙ୍କ ମୃତ୍ୟୁକୁ ନେଇ ସାରା ଦେଶରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ମୃତାହତଙ୍କ ପାଇଁ ସମବେଦନାର ସୁଅ ଛୁଟିଥିବାବେଳେ ମୃତକମାନଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ଓ ଆହତଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା ଚାଲିଛି । ଚଣ୍ଡିଗଡ଼ଠାରେ ଆୟୋଜିତ ହୋଇଛି ମହମବତୀ ଶୋଭାଯାତ୍ରା । ଏହି ଶୋଭାଯାତ୍ରାରେ  ରାମ, ଲକ୍ଷ୍ମଣ, ସୀତା ଓ ହନୁମାନ ସାମିଲ ହୋଇଥିବା ଦେଖାଯାଇଛି । ବେଶଧାରୀମାନେ ମୃତକଙ୍କ ପ୍ରତି ଏହା ଜରିଆରେ ଯଥାର୍ଥ୍ୟ ଶ୍ରଦ୍ଧାଞ୍ଜଳୀ ହେବ ବୋଲି ଏଭଳି ପ୍ରୟାସ କରିଛନ୍ତି ।
ଶୁକ୍ରବାର ରାବଣ ପୋଡ଼ି ସମୟରେ ହୋଇଥିବା ଟ୍ରେନ ଦୁର୍ଘଟଣା ୫୯ ଜଣଙ୍କ ଜୀବନ ନେଇଥିବାବେଳେ ୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଯୋଡ଼ା ଲେବଲ କ୍ରସିଂ ନିକଟରେ ହୋଇଥିବା ଏହି ଦୁର୍ଘଟଣା ସ୍ଥଳୀରେ ସେ ସମୟରେ ୩୦୦ରୁ ଅଧିକ ଲୋକ ରେଳଧାରଣା ଉପରେ ଠିଆ ହୋଇ ରାବଣ ପୋଡ଼ି ଦେଖୁଥିବାବେଳେ ମାଡ଼ି ଆସି ଦଳି ଦେଇଥିଲା ଲୌହ ଦାନବ ଡ଼ିଏମୟୁ ଟ୍ରେନ ।
 

21/10/2018

Leave a Reply

Your email address will not be published. Required fields are marked *

Comments