Bikash Khabar
ଆପୋଲୋରେ ବିରଳ ଚିକିତ୍ସା

ଆପୋଲୋ ହସ୍ପିଟାଲରେ ଜଣେ ୪୩ବର୍ଷୀୟା ମହିଳାଙ୍କ ପାକସ୍ଥଳୀରୁ ସେ.ମିର ଏକ ଟ୍ୟୁମରକୁ ବିନା ଅସ୍ତ୍ରୋପଚାରରେ ବାହାର କରାଯାଇଛି। ରୋଗୀ ଜଣକ ଏବେ ସଂପୂର୍ଣ୍ଣ ସୁସ୍ଥ ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। କେନ୍ଦୁଝର ଘଟଗାଁ ଅଞ୍ଚଳର ମହିଳାଜଣକ ଦୀର୍ଘ ଦିନ ହେବ ପେଟ ବ୍ୟଥା ରକ୍ତହୀନତାରେ ପୀଡ଼ିତ ଥିଲେ। ଉପଶମ ହେବାରୁ ତାଙ୍କର ଜଣେ ସଂପର୍କୀୟଙ୍କ ଜରିଆରେ ଆପୋଲୋ ହସ୍ପିଟାଲର ପେଟ ଯକୃତ ରୋଗ ବିଶେଷଜ୍ଞ ଡା. ସୁଶାନ୍ତ ସେଠୀଙ୍କୁ ସାକ୍ଷାତ କରିଥିଲେ। ପରୀକ୍ଷା ପରେ ତାଙ୍କ ପାକସ୍ଥଳୀରେ ଏକ ବଡ଼ ଟ୍ୟୁମର ଥିବା ଜଣାପଡ଼ିଥିଲା। ଏଭଳି ଏକ ବଡ଼ ଟ୍ୟୁମରକୁ ଏଣ୍ଡୋସ୍କୋପି ପଦ୍ଧତିରେ ବାହାର କରାଯାଇଥିଲା। ମହିଳାଜଣକ ଏବେ ସୁସ୍ଥ ଅଛନ୍ତି।

12/06/2020

Leave a Reply

Your email address will not be published. Required fields are marked *

Comments