Bikash Khabar
ବାପୁଙ୍କୁ ଶ୍ରଦ୍ଧାଞ୍ଜଳୀ, ଆପଣାନ୍ତୁ ଗାନ୍ଧିଜୀଙ୍କ ଏହି ୫ ଜୀବନ ସୂତ୍ର

ଜାତିର ଜନକ ମହାତ୍ମାଗାନ୍ଧୀ କେବଳ ଏକ ବ୍ୟକ୍ତି ନୁହନ୍ତି । ସେ ଏକ ବିଚାର ଧାରା । ଆସନ୍ତୁ ବାପୁଙ୍କ ୧୫୦ତମ ଜୟନ୍ତୀ ଅବସରରେ ତାଙ୍କର ଏହି ୫ ପ୍ରମୁଖ ଜୀବନସୂତ୍ରକୁ ଗ୍ରହଣ କରି ନିଜ ଜୀବନ ବଦଳାଇବାରେ ସହାୟକ ହେବ ।
ସତ୍ୟ ଏବଂ ଅହିଂସା – ସତ୍ୟ ହେଉଛି ମୋ ପାଇଁ ଇଶ୍ୱର ଏବଂ ଅହିଂସା ହେଉଛି ଏହାକୁ ଅନୁଭବ କରିବାର ମାଧ୍ୟମ । ମିଥ୍ୟା କୁହନ୍ତୁ ନାହିଁ । କ୍ରୋଧ ଉପରେ ନିଜର ନିୟନ୍ତ୍ରଣ ରଖନ୍ତୁ । ସତ୍ୟ କହିବା ଦ୍ୱାରା ଆତ୍ମ ବିଶ୍ୱାସ ବୃଦ୍ଧିପାଏ । ହୃଦଘାତ ଓ ଅବସାଦ ଜନିତ ବିପଦ ହ୍ରାସ ପାଏ ।
ସକରାତ୍ମକ ଭାବନା- ଫଳକୁ ଅପେକ୍ଷା ନକରି କର୍ମ କରିବା ଜରୁରୀ ଅଟେ । ନକରାତ୍ମକ ଚିନ୍ତା ଠାରୁ ନିଜକୁ ଦୂରେଇ ରଖନ୍ତୁ । ଏପରି କରିବା ଦ୍ୱାରା ରଚନାତ୍ମକତା ବୃଦ୍ଧି ପାଇଥାଏ । ଷ୍ଟ୍ରେସ ହରମୋନର ସ୍ତର ବୃଦ୍ଧି ପାଇଥାଏ ।
ସ୍ୱ ଅନୁଶାସନ- ଅନୁଶାସନର ପାଳନ ବ୍ୟତିରେକ କୌଣସି ବଡ଼ ବସ୍ତୁ ହାସଲ କରାଯାଇ ପାରିନଥାଏ । ଶୋଇବା, ଉଠିବା, ଖାଇବା, ପିଇବା ଏବଂ ବ୍ୟାୟାମ ସମୟ ନିର୍ଦ୍ଧାରଣ କରିପାଳନ କରନ୍ତୁ । ଏହାଦ୍ୱାରା କାର୍ଯ୍ୟକ୍ଷମତା, ଏକାଗ୍ରତା ଏବଂ ଉତ୍ପାଦକତା ଉପରେ ପ୍ରଭାବ ପଡ଼ିବ ।
ସ୍ୱଚ୍ଛତା- ସଫାସୁତୁରା ରାଜନୈତିକ ସ୍ୱାଧିନତା ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଓ ଜରୁରୀ । ଆଖ ପାଖର ପରିବେଶ ସଫା ସୁତୁରା ରହିଲେ ଅନେକ ପ୍ରକାର ରୋଗରୁ ଆମେ ରକ୍ଷା ପାଇପାରିବ ।
ଶିଖିବାର ଆଗ୍ରହ- ଆଖ ପାଖର ଲୋକଙ୍କ ଠାରୁ ଭଲ ଗୁଣ ଶିଖନ୍ତୁ । କୌଶଳକୁ ଚିହ୍ନି ଗ୍ରହଣ କରନ୍ତୁ । ନୁଆ ଶିଖିବାର ଇଚ୍ଛା ମସ୍ତିଷ୍କ ପାଇଁ ଲାଭପ୍ରଦ ହୋଇଥାଏ । 
 

02/10/2018

Leave a Reply

Your email address will not be published. Required fields are marked *

Comments