Bikash Khabar
ମାଓ ଇଲାକାର ଆଦିବାସୀ ଝିଅ ସନ୍ଧ୍ୟା ପାଇଲେ ଓଏଏସ୍

ମାଲକାନଗିରି ଜିଲ୍ଲା ଆଦିବାସୀ କୃଷକ ପରିବାରରେ ଜନ୍ମିତ ସନ୍ଧ୍ୟା ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ୯୧ତମ ସ୍ଥାନ ହାସଲ କରିଛନ୍ତି । ସବୁଠୁ ଅବିକଶିତ ମାଥିଲି ବ୍ଲକ ଅନ୍ତର୍ଗତ ସାମିଲି ଗାଁର ଏହି ଯୁବତୀ ନିଜ ଗାଁ ସ୍କୁଲରୁ ପାଠପଢି ସାରା ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ।

ନିକଟରେ ପ୍ରକାଶ ପାଇଛି ଓଡ଼ିଶା ପ୍ରଶାସନିକ ସେବାର ପରୀକ୍ଷା ଫଳ । ଏଥିରେ ମୋଟ ୧୦୬ ଜଣ ପରୀକ୍ଷାର୍ଥିଙ୍କୁ ମିଳିଛି ସଫଳତାର ସ୍ୱାଦ । ସେମାନଙ୍କ ମଧ୍ୟରୁ ୪୨ ଜଣ ମହିଳା ସଫଳତା ସାଉଁଟି ମହିଳା ସଶକ୍ତିକରଣର ନୂଆ ଧାରା ପ୍ରତିଷ୍ଠିତ କରାଇଛନ୍ତି । ଓଏଏସ୍ ପାଇଥିବା ଏହି ୪୨ ଜଣଙ୍କ ମଧ୍ୟରେ ଅଛନ୍ତି ସନ୍ଧ୍ୟା । ସନ୍ଧ୍ୟା ନିଜ ଗାଁ ସାମିଲି ବିଦ୍ୟାଳୟରୁ ପାଠ ଆରମ୍ଭ କରି ଏମଫିଲ ପର୍ଯ୍ୟନ୍ତ ପଢିପାରିଛନ୍ତି । ପ୍ରଥମ ପ୍ରୟାସରେ ତାଙ୍କୁ ମିଳିଛି ଏହି ସଫଳତା । ବିନା କୋଚିଂ ଓ ବିନା କାହାର ସହାୟତାରେ ସନ୍ଧ୍ୟା ଏହି ସଫଳତା ପାଇଥିବାରୁ ଖୁସି ପ୍ରକଟ କରିଛନ୍ତି । ଏବେ ସନ୍ଧ୍ୟାଙ୍କ ନଜର ଭାରତୀୟ ପ୍ରଶାସନିକ ସେବା ଉପରେ । ଏଥିପାଇଁ ସେ ୟୁପିଏସସି ପରୀକ୍ଷା ପ୍ରସ୍ତୁତିରେ ଲାଗିପଡ଼ିଥିବା କହନ୍ତି । 
 

25/12/2018

Leave a Reply

Your email address will not be published. Required fields are marked *

Comments