Bikash Khabar
ସପ୍ତାହେ ପରେ ରାଜଧାନୀରେ ମିଳିବ ଭଡ଼ାରେ ସାଇକେଲ

ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ଼୍ ପକ୍ଷରୁ ରାଜଧାନୀରେ ଖୁବ ଶିଘ୍ର ଆରମ୍ଭ ହେବାକୁ ଯାଉଛି ପବ୍ଲିକ ସାଇକେଲ ସେୟାରିଂ ବ୍ୟବସ୍ଥା । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରରେ ପହଂଚିଛି ୨୦୦୦ ସାଇକେଲ । ଆସନ୍ତା ସପ୍ତାହରେ ଏହା ଉଦଘାଟିତ ହେବା ପରେ ରାସ୍ତାରେ ଗଡ଼ିବ ।

ସହର ବାସିନ୍ଦା ଘରୁ ବଜାର ଓ ବଜାରରୁ ଘର ସାଇକେଲରେ ଯାତ୍ରା କରିପାରିବେ । ସହର ପ୍ରଦୂଷଣ ମୁକ୍ତ ହେବ ଏବଂ ଶାରୀରିକ ଭାବେ ଫିଟ୍ ରହିବେ ଚାଳକ । ଜିପିଏସ ବ୍ୟବସ୍ଥା ଦ୍ୱାରା ସଂଯୋଜିତ ହେବ ଏହି ସାଇକେଲ । ଫଳରେ ସାଇକେଲଟି କେଉଁଠି କି ପ୍ରକାର ସ୍ଥିତିରେ ଅଛି ଜାଣି ହେବ । ଏହାକୁ ଅନଲାଇନରେ ବୁକ୍ କରିହେବ । ଜନ ଗହଳି ପୂର୍ଣ୍ଣ ଅଂଚଳରୁ ଆରମ୍ଭ କରି ଆବାସିକ ଅଂଚଳ ପର୍ଯ୍ୟନ୍ତ ବିଭିନ୍ନ ଯାଗାରେ ଏହି ସାଇକେଲ ଉପଲବ୍ଧ ହେବା ଭଳି ଷ୍ଟେସନମାନ କରାଯାଉଛି ।
ରାଜଧାନୀରେ ଲୋକଙ୍କୁ ସାଇକେଲ ଭଡ଼ାରେ ଦେବା ପାଇଁ ତିନିଟି ସଂସ୍ଥା ଯଥା ହେକ୍ସି ବାଇକ, ୟାନା ଓ ୟୁଲୁ ସଂସ୍ଥାକୁ ଯଥାକ୍ରମେ ୧୦୦୦ ଓ ୫୦୦ ଲେଖାଏ ସାଇକେଲ ଯୋଗାଇ ଦିଆଯିବ । ଏହି ସାଇକେଲ ବିଏମସି ଅଂଚଳରେ ହିଁ ଉପଲବ୍ଧ ହେବ । ଗଭର୍ଣ୍ଣର ହାଉସ ଛକରୁ କଳିଙ୍ଗ ଷ୍ଟାଡ଼ିୟମ, ଜୟଦେବ ବିହାର-କଳିଙ୍ଗ ହସ୍ପିଟାଲ ଛକ, ପଟିଆ- କିଟ୍ ଛକ ରୁଟ୍ ସମେତ ବିମାନ ବନ୍ଦରରୁ ସଚ୍ଚିବାଳୟ ମାର୍ଗ, ଜୟଦେବ ବିହାର, କଳିଙ୍ଗ ହସ୍ପିଟାଲ ଏବଂ ୟୁନିଟ୍-୧ରୁ ବାଣୀବିହାର ଜନପଥ ରାସ୍ତା ଆଦି ତିନୋଟି ରୁଟରେ ସାଇକେଲ ମିଳିବ । 
 

 

09/11/2018

Leave a Reply

Your email address will not be published. Required fields are marked *

Comments