Bikash Khabar
ବିଷାକ୍ତ ଖେଳନା ଉପରେ ଲାଗିବ କଟକଣା

ଚକମକ ଓ ଆକର୍ଷଣୀୟ ଖେଳନାର ବିଷାକ୍ତ ପ୍ରଭାବରୁ କୁନିକୁନି ଶିଶୁମାନଙ୍କୁ ରକ୍ଷା କରିବା ପାଇଁ କେନ୍ଦ୍ରସରକାର କଡ଼ା ପଦକ୍ଷେପ ନେବାକୁ ଯାଉଛନ୍ତି । ସରକାର ସବୁ ପ୍ରକାର ଖେଳନା ପାଇଁ ଗୁଣବତ୍ତାର ମାନକକୁ ନିଶ୍ଚିତତା କରିବା ପାଇଁ ଯାଉଛନ୍ତି । ଫଳରେ ବିଦେଶରୁ ଆସୁଥିବା ଏବଂ ଦେଶରେ ପ୍ରସ୍ତୁତ ହେଉଥିବା ଖେଳନାର ବ୍ୟବହାର ଦ୍ୱାରା ସୃଷ୍ଟି ହେଉଥିବା ବିଷାକ୍ତ ପ୍ରଭାବରୁ ଶିଶୁମାନଙ୍କୁ ସୁରକ୍ଷିତ କରାଯାଇପାରିବ । ଆସନ୍ତା ବର୍ଷ ଏପ୍ରିଲରୁ ଏହିମାନେ ଲାଗୁ ହେବ ବୋଲି ଜଣାଯାଇଛି ।

କେନ୍ଦ୍ରୀୟ ଉପଭୋକ୍ତା ମନ୍ତ୍ରାଳୟ ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରାଳୟକୁ ଚିଠି ଲେଖି ଖେଳନାରେ ଗୁଣବତ୍ତାମାନକୁ ବାଧ୍ୟତାମୂଳକ ଲାଗୁ କରିବା ପାଇଁ କହିଥିଲା । ବାଣିଜ୍ୟ ମନ୍ତ୍ରାଳୟ ଖୁବ ଶିଘ୍ର ଏ ସଂପର୍କିତ ନିର୍ଦ୍ଦେଶାବଳୀ ଜାରୀ କରିପାରନ୍ତି ।
ଦେଶରେ ଖେଳନାର ବହୁତ ବଡ଼ ବଜାର ରହିଛି । ଅଧିକାଂଶ ଖେଳନା ଚୀନ, ଥାଇଲାଣ୍ଡ ଏବଂ ଫିଲିପାଇନ୍ସରୁ ଭାରତକୁ ଆସୁଛି । ଦେଶର ୬୦ ପ୍ରତିଶତ ଖେଳନା ଚୀନରୁ ଆସିଥାଏ । କେତେକ ଖେଳନା ପୁନଃ ଚକ୍ରଣ କରାଯାଇ ବାରମ୍ବାର ବ୍ୟବହାର କରାଯାଇଥାଏ । ଏହା ଶସ୍ତା କିନ୍ତୁ ସ୍ୱାସ୍ଥ୍ୟ ପାଇଁ ଚିନ୍ତାଜନକ । ଏହା ଉପରେ ଗୁଣବତ୍ତା ନିୟମ ଲାଗୁ ହେବ । 
 

10/12/2018

Leave a Reply

Your email address will not be published. Required fields are marked *

Comments