Bikash Khabar
ଭିତରକନିକା ଜାତୀୟ ଉଦ୍ୟାନରେ ବଢିଛନ୍ତି ପର୍ଯ୍ୟଟକ

ଭିତରକନିକା ଜାତୀୟ ଉଦ୍ୟାନରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ବନବିଭାଗ କର୍ମକର୍ତ୍ତାଙ୍କୁ ଉତ୍ସାହିତ କରାଇଛି ।
କୁମ୍ଭୀର ଗଣନା ପାଇଁ ଜୁନ-ଜୁଲାଇ ଭିତରକନିକା ପର୍ଯ୍ୟଟକଙ୍କ ପାଇଁ ବନ୍ଦ ଥିଲା । ଅଗଷ୍ଟରେ ଖୋଲିବା ପରେ ଜାତୀୟ ତଥା ରାଜ୍ୟ ଭିତରରୁ ପର୍ଯ୍ୟଟକଙ୍କ ସଂଖ୍ୟା ଢେର ବଢିଥିବା କହିଛନ୍ତି ରାଜନଗର ଡ଼ିଏଫଓ ବିମଳ ପ୍ରସନ୍ନ ଆଚାର୍ଯ୍ୟ । ଅଗଷ୍ଟରେ ଭିତରକନିକା ପରିଦର୍ଶନରେ ୧୯୪୩ ପର୍ଯ୍ୟଟନ ଆସିଥିବା ଆଚାର୍ଯ୍ୟ ସୂଚାଇଛନ୍ତି । ଅଗଷ୍ଟ ମାସକୁ ପର୍ଯ୍ୟଟନର ଅଫସିଜନ କୁହାଯାଇଥାଏ । ଅକ୍ଟୋବର ମାସରୁ ଜାନୁଆରୀ ପିକ୍ ସିଜନ ଭାବେ ଜଣାଯାଇଥାଏ । ଅଫ ସିଜନରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ପିକ୍ ସିଜନରେ ଏଥିରେ ଆହୁରି ଅଧିକ ସଂଖ୍ୟା ଯୋଡ଼ି ହେବ ବୋଲି କହିଛନ୍ତି ବିମଳ ପ୍ରସନ୍ନ । ଭିତରକନିକା ଜାତୀୟ ଉଦ୍ୟାନ, ଭିତରକନିକା ଅଭୟାରଣ୍ୟ ଏବଂ ଗହୀର ମଥା ସାମୁଦ୍ରିକ ଅଭୟାରଣ୍ୟ ପରିଦର୍ଶନରେ ଲକ୍ଷାଧିକ ପର୍ଯ୍ୟଟକ ଆସିଥାନ୍ତି ।
ଡ଼ାଙ୍ଗମାଳରେ ପର୍ଯ୍ୟଟକଙ୍କ ରହିବା ପାଇଁ ବନବିଭାଗ ୮ଟି ନୂଆ ବଙ୍ଗଳା ନିର୍ମାଣ କରିଛି । ଅନଲାଇନରେ ଏହା ବୁକ୍ କରାଯାଇପାରିବ । 
 

14/09/2018

Leave a Reply

Your email address will not be published. Required fields are marked *

Comments