Bikash Khabar
ପଡ଼ିଆ ଜମିରେ ଚହଟୁଛି ଗୋଲାପ ଚାଷର ମହକ

ସରକାରଙ୍କ ବିନା ସହାୟତାରେ ବିଏସଏନଏଲର ଜଣେ ସେବା ନିବୃତ୍ତ କର୍ମଚାରୀ ଉମାଚରଣ ବେହେରା ନିଜସ୍ୱ ପ୍ରୟାସରେ ପଡ଼ିଆ ଜମିରେ ଗୋଲାପ ଫୁଟାଇ ନଜରକୁ ଆସିଛନ୍ତି ।
ବେହେରାଙ୍କ ୧୭ ବର୍ଷ ତଳର ଗୋଲାପ ବଗିଚାରେ ଏବେ ୭୦୦ ପ୍ରଜାତିର ଗୋଲାପ ଫୁଟୁଛି । ସେଥିରେ ସ୍ଥାନ ପାଇଛି ଅନେକ ବିରଳ ଗୋଲାପ ।
ବରଗଡ଼ ଜିଲ୍ଲାର କୁଚିପାଲି ଗାଁର ଉମାଚରଣ ଯେତେବେଳେ ଶିକ୍ଷକ ହେବାର ସୁଯୋଗ ପାଇ ପ୍ରଥମ କର୍ମମୟ ଜୀବନ ଆରମ୍ଭ କରିଥିଲେ ସେ ସ୍କୁଲ ପରିସରରେ ଫୁଲ ଗଛ ଲଗାଇବାର ମୋହରେ ଛନ୍ଦି ହୋଇଯାଇଥିଲେ । ତା ପରଠାରୁ ସେ ଆଉ ପଛକୁ ଫେରି ଦେଖିନାହାନ୍ତି । ଯେଉଁଠି ଫୁଲଚାରାଟିଏ ଦେଖିଛନ୍ତି ତାକୁ ଆଣି ଯତ୍ନର ସହ ରୋପଣ କରାଇଛନ୍ତି । ତାଙ୍କ ବଗିଚାରେ ଏବେ ୭୦୦ ପ୍ରଜାତିର ଗୋଲାପ ଗ୍ରାମବାସୀଙ୍କୁ ଆମୋଦିତ କରାଇଛି ବୋଲି କହନ୍ତି ସ୍ଥାନୀୟ ଗ୍ରାମବାସୀ ଜୟନ୍ତ ପ୍ରଧାନ । ଫୁଲ ଚାଷରୁ ଉମାଚରଣ ଏବେ  ବେଶ ଦୁଇ ପଇସା ରୋଜଗାର କରିପାରୁଥିବା କହନ୍ତି । ସଉକମାନେ ଦିନେ ଯାହାକୁ ଲଗାଉଥିଲେ ଅବସର ପରେ ସେହି ସବୁ ଚାରା ଆଜି ରୋଜଗାରର ସାହାରା ପାଲଟିଥିବା କହନ୍ତି ଉମା । 
 

17/09/2018

Leave a Reply

Your email address will not be published. Required fields are marked *

Comments