Bikash Khabar
ଗ୍ରାମାଞ୍ଚଳ ବିକାଶ ଯୋଜନାର ସଫଳ ରୂପାୟନ, ଓଡ଼ିଶାକୁ ମିଳିଲା ୮ଟି ପୁରସ୍କାର

କେନ୍ଦ୍ରସରକାର ଗ୍ରାମାଂଚଳ ବିକାଶ କାର୍ଯ୍ୟକ୍ରମ ଯୋଜନାର ସଫଳ ରୂପାୟନ ପାଇଁ ଓଡ଼ିଶାକୁ ୮ଟି ବର୍ଗରେ ପୁରସ୍କୃତ କରିଛନ୍ତି । କେନ୍ଦ୍ର ଗ୍ରାମାଂଚଳ ବିକାଶମନ୍ତ୍ରୀ ନରେନ୍ଦ୍ର ସିଂହ ଡ଼ୋମାର ବିଭିନ୍ନ ଶ୍ରେଣୀରେ ଓଡ଼ିଶାର ଉତ୍କଷକୁ ଅବତାରଣା କରାଇ ପୁରସ୍କାର ପ୍ରଦାନ କରିଥିଲେ ।
ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା, ଜାତୀୟ ଗ୍ରାମୀଣ ଜୀବିକା ମିଶନରେ ଆର୍ଥିକ ଅନ୍ତର୍ଭୁକ୍ତକରଣରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଓଡ଼ିଶାକୁ ଭିନ୍ନ ଭିନ୍ନ ୩ଟି ଶ୍ରେଣୀରେ ତୋମାର ପୁରସ୍କୃତ କରିଛନ୍ତି । ୨୦୧୭-୧୮ ବର୍ଷରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ସର୍ବାଧିକ ଗାଁକୁ ସଂଯୋଗ କରିବା ଏବଂ ପାରମ୍ପରିକ ନିର୍ମାଣ ଶୈଳୀ ବଦଳରେ ସବୁଜ ପ୍ରଯୁକ୍ତିକୁ ଆପଣାଇଥିବା ଯୋଗୁଁ ଓଡ଼ିଶାକୁ ପୁରସ୍କୃତ କରାଯାଇଥିଲା । ମନରେଗା ଯୋଜନାର ସଫଳ କ୍ରିୟାନ୍ୱୟନ ପାଇଁ ତଥା ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାରେ ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରୀ କରିବା ପାଇଁ ଏହି ଦୁଇ ଜିଲ୍ଲାର ଜିଲ୍ଲାପାଳଙ୍କୁ ପୁରସ୍କୃତ କରାଯାଇଛି । ସେହିପରି ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକର ହାତୀ ଓଟ ଗ୍ରାମ ପଂଚାୟତକୁ ମନରେଗା ଯୋଜନାର ସଫଳ ରୂପାୟନ ପାଇଁ ପୁରସ୍କୃତ କରାଯାଇଛି । 
 

12/09/2018

Leave a Reply

Your email address will not be published. Required fields are marked *

Comments