Bikash Khabar
ଚୀନ କୁ ଝଟକା ଦେଲା ରୁଷ, ବାତିଲ କଲା ଅସ୍ତ୍ର ଯୋଗାଣ ର ବଡ ଡ଼ିଲ

କରୋନାକୁ ନେଇ ପୂରା ବିଶ୍ୱ ରେ ଅପବାଦର ଶିକାର ଚୀନକୁ ଏବେ ରୁଷ ଜୋରଦାର ଝଟକା ଦେଇଛି। ଚୀନକୁ ଦେବାପାଇଁ ଥିବା ଏସ-୪୦୦ କ୍ଷେପଣାସ୍ତ୍ର ଯୋଗାଣକୁ ରୁଷ ବାତିଲ କରି ଦେଇଛି ଏହି ଡିଲ୍ବାତିଲ ହେବା ପରେ ଚୀନ ଗଣମାଧ୍ୟମ କିନ୍ତୁ  ନିଜ ଉପରେ ସୃଷ୍ଟି  ହୋଇଥିବା ଚାପକୁ ଭିନ୍ନ ଭାବରେ ଉପସ୍ଥାପିତ କରିଛି ବର୍ତ୍ତମାନର ପରିସ୍ଥିତି  ରୁଷକୁ ଏଭଳି ଡ଼ିଲ କୁ ବାତିଲ କରାଇବା ଦିଗରେ ବିବଶତା କରିଛି ବୋଲି ଚୀନ ସଫେଇ ଦେଇଛି ଏକ ସମ୍ବାଦ ସରବରାହ ସଂସ୍ଥା  ଅନୁଯାୟୀ ରୁଷ ଏସ-୪୦୦ ମିସାଇଲ ସିଷ୍ଟମ ଚୀନକୁ ଦେବା ଉପରେ ବର୍ତ୍ତମାନ ରୋକ୍ଲଗାଉଥିବା ଘୋଷଣା କରିଛି। ରୁଷ ଦ୍ଵାରା କ୍ଷେପଣାସ୍ତ୍ର ଯୋଗାଣ ରାଜିନାମା ବାତିଲ୍ ହେବା ପରେ ଚୀନ ଖବରକାଗଜ ସୋହୋ ଚୀନ ପକ୍ଷରୁ ପ୍ରତିକ୍ରିୟା ଦେଇ କହିଛି ରୁଷକୁ ଏହି ପଦକ୍ଷେପ ବିବଶ ହୋଇ ଉଠାଇବାକୁ ପଡିଛି।  ଚୀନ କହିଛି ଯେ ଏହି ପ୍ରକ୍ରିୟା ବହୁତ ଜଟିଳ ଥିଲା। ରୁଷକୁ ବଡ ସଂଖ୍ୟାରେ ନିଜର ପ୍ରଯୁକ୍ତିବିଦ୍ୟା କର୍ମଚାରୀଙ୍କୁ ବେଜିଂ ପଠାଇବାକୁ ପଡିଥାନ୍ତା କରୋନା କାଳରେ ଏହା ବହୁତ ବଡ ମୁସ୍କିଲ କାମ ଥିଲା। ତେଣୁ ରୁଷ ଏହି ଡିଲ୍କୁ ବାତିଲ୍ କରିବାକୁ ବାଧ୍ୟ ହୋଇଛି।ରୁଷ ଏହି ଡିଲ୍ଏମିତି ସମୟରେ ବାତିଲ କରିଛି ଯେଉଁ ସମୟରେ  ମସ୍କୋ ତରଫରୁ ବେଜିଂ ଗୁଇନ୍ଦା କରୁଥିବା ଅଭିଯୋଗ କରିଛି। ରୁଷ ଅଧିକାରୀ ସେଣ୍ଟ ପିଟର୍ସବର୍ଗ ଆର୍କଟିକ୍ ସୋସିଆଲ ସାଇସେନ୍ସ ଏକାଡେମୀର ସଭାପତି ଓ୍ଵାଲେରୀ ମିଟ୍କୋଙ୍କୁ ଚୀନକୁ ଗୋପନୀୟ ଦସ୍ତାବିଜ୍ଦେଉଥିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତାଙ୍କୁ ଗିରଫ ମଧ୍ୟ କରାଯାଇଛି। ଏବେ ଚୀନ କୁ ନେଇ ଅନେକ ଦେଶ ଅସନ୍ତୁଷ୍ଟ ଅଛନ୍ତି

 

 
 

27/07/2020

Leave a Reply

Your email address will not be published. Required fields are marked *

Comments