Bikash Khabar
ଶିଘ୍ର ବନ୍ଦ ହୋଇଯିବ କୋଟିଏରୁ ଅଧିକ ଏସବିଆଇ ଏଟିଏମ୍ କାର୍ଡ଼, ଜାଣନ୍ତୁ କାରଣ

 ଭାରତୀୟ ଷ୍ଟେଟ ବ୍ୟାଙ୍କର ଗ୍ରାହକମାନଙ୍କୁ ଖୁବ ଶିଘ୍ର ସେମାନଙ୍କର ଏଟିଏମ କାର୍ଡ଼ ବଦଳାଇବାକୁ ପଡ଼ିବ । ଏସବିଆଇ ନିଜର ଟୁଇଟରରେ ଏ ସଂପର୍କରେ ସୂଚନା ପ୍ରଦାନ କରିଛି । ଏସବିଆଇର କହିବା କଥା ଯେଉଁ ଗ୍ରାହକମାନଙ୍କ ନିକଟରେ ପୁରୁଣା ମେଜିଷ୍ଟ୍ରିପ୍ ଡ଼େବିଟ୍ କାର୍ଡ଼ ରହିଛି ତାହାକୁ ଯଥା ଶିଘ୍ର ବଦଳାଇବାକୁ ପଡ଼ିବ ।

ଏସବିଆଇ ସୂଚନା ଅନୁଯାୟୀ ପୁରୁଣା କାର୍ଡ଼କୁ ବଦଳାଇବା ପରେ ଗ୍ରାହକମାନଙ୍କୁ ଇଏମବି ଚିପ୍ ଯୁକ୍ତ ଡ଼େବିଟ୍ କାର୍ଡ଼ ନେବାକୁ ହେବ । ଏଥିପାଇଁ ୨୦୧୮କୁ ଡ଼େଡ଼ ଲାଇନ୍ ଭାବେ ବିବେଚିତ କରାଯାଇଛି । ଯଦି ଗ୍ରାହକ ଡ଼େଡ଼ ଲାଇନ ମଧ୍ୟରେ ନିଜର ଏଟିଏମ୍ ବଦଳାନ୍ତି ନାହିଁ ତେବେ ସେହି ଏଟିଏମ୍ରେ ଟଙ୍କା ନେଣଦେଣ ସମ୍ଭବ ହୋଇପାରିବ ନାହିଁ । ଏସବିଆଇ ପକ୍ଷରୁ କୁହାଯାଇଛି ଯେ ଏହି ଅଦଳବଦଳ ପ୍ରକ୍ରିୟାରେ ଗ୍ରାହକମାନଙ୍କୁ ଅତିରିକ୍ତ ଅର୍ଥ ଦେବାକୁ ପଡ଼ିବ ନାହିଁ । 

13/08/2018

Leave a Reply

Your email address will not be published. Required fields are marked *

Comments