Bikash Khabar
ବିଦ୍ୟୁତ ବିଲ୍ ଦେଇ ଦେୟ ଆଦାୟ କରିବେ ଏସଏଚଜି ଦଳ

ସ୍ୱୟଂ ସହାୟକ ଦଳ ଗୁଡ଼ିକୁ ସଶକ୍ତ କରାଇବା ପାଇଁ ବିଭିନ୍ନ ବିଭାଗ ଭିନ୍ନ ଭିନ୍ନ ସହାୟତା କରୁଥିବାବେଳେ ଶକ୍ତି ବିଭାଗ ବିଦ୍ୟୁତ ଦେୟ ଆଦାୟ ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ନିୟୋଜିତ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ।

ସ୍ୱୟଂ ସହାୟକ ଦଳର ସଦସ୍ୟମାନେ ଘର ଘର ବୁଲି ଏଣିକି ବିଦ୍ୟୁତ ବିଲ୍ ଦେବା ସହ ବିଦ୍ୟୁତ ଶୁଳ୍କ ଆଦାୟ କରିବେ । ସାଉଥ୍ କୋ ପକ୍ଷରୁ ଏହାର ଶୁଭାରମ୍ଭ କରାଯାଇଛି । ବ୍ରହ୍ମପୁର ସହରରେ ବିଦ୍ୟୁତ ବିଭାଗର ବିଦ୍ୟୁତ ବିଲ ଏବଂ ଶୁଳ୍କ ଆଦାୟ ଦାୟିତ୍ୱ ସାଉଥ କୋ ପକ୍ଷରୁ ମହିଳା ସ୍ୱୟଂ ସହାୟକ ଦଳକୁ ପ୍ରଦାନ କରାଯାଇଛି । ଏ ଅବସରରେ ଆୟୋଜିତ ସଭାରେ ଗୋପାଳପୁର ବିଧାୟକ  ପ୍ରଦୀପ କୁମାର ପାଣିଗ୍ରାହୀ ଯୋଗ ଦେଇ କାର୍ଯ୍ୟର ଶୁଭାରମ୍ଭ କରିଥିଲେ ।
ସୂଚନା ଯୋଗ୍ୟ ଯେ ନୟାଗଡ଼ ଜିଲ୍ଲାରେ ଅନୁରୂପ ଦାୟିତ୍ୱ ଦେଇ ସେସୁ ଓ ଫେଡ଼କୋ କୁ ସଫଳତା ମିଳିଛି । ବକେୟା ବିଦ୍ୟୁତ ଦେୟ ଆଦାୟରେ ନୟାଗଡ଼ରେ ସ୍ୱୟଂ ସହାୟକ ଦଳର ଏଭଳି ସଫଳତା ଲକ୍ଷ୍ୟ କରାଯିବା ପରେ ଗଞ୍ଜାମରେ ଏହାକୁ ଆରମ୍ଭ କରାଯାଇଛି ।

15/01/2019

Leave a Reply

Your email address will not be published. Required fields are marked *

Comments