Bikash Khabar
ରିଲରେ କେବଳ ନୁହଁ ରିୟଲ ହିରୋ ସାଜିଲେ ସବ୍ୟସାଚୀ,ଲକ ଡାଉନ ରେ ଫସିଥିବା ୬୦ ଛାତ୍ରୀଙ୍କୁ ରାଜସ୍ଥାନରୁ ଆଣିଲେ ଓଡିଶା

 ଓଲିଉଡ୍ତାରକା ସବ୍ୟସାଚୀ ମିଶ୍ର ସେ କେବଳ ଟିଭି ପରଦା ନୁହେଁ, ବରଂ ବିପତ୍ତି ସମୟରେ ଅସଲ ନାୟକ ସାଜିଛନ୍ତି। ରାଜସ୍ଥାନ ଜୟପୁରସ୍ଥିତ କେନ୍ଦ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟରେ ପଢ଼ୁଥିବା ୬୦ ଛାତ୍ରଛାତ୍ରୀଙ୍କୁ ଓଡ଼ିଶା ଫେରାଇ ଆଣିବାର ମୁଖ୍ୟ ସୂତ୍ରଧର ପାଲଟିଛନ୍ତି। ସବ୍ୟସାଚୀଙ୍କ କହିବା ମୁତାବକ, ସମ୍ପୃକ୍ତ ବିଶ୍ବବିଦ୍ୟାଳୟର ଛାତ୍ରୀ ରୋଜାଲିନ ମିଶ୍ର ମତେ ଟ୍ବିଟ୍କରି ଓଡ଼ିଶା ଫେରାଇ ନେବାକୁ ନିବେଦନ କରିଥିଲେ। ଖରାଦିନ ଯୋଗୁଁ ସେଠାରେ ପିଇବା ପାଣି ପାଇଁ ବହୁତ ସମସ୍ୟା ହୋଇଥିଲା। ଦୁର୍ଦ୍ଦିନରେ ସେଠାରେ ପାଣି କିଣି ପିଇବା ସମ୍ଭବ ହେଉନାହିଁ ବୋଲି କିଛି ଛାତ୍ରଛାତ୍ରୀ କହିଥିଲେ। ଏଣେ ଓଡ଼ିଶାରେ ବି ସେମାନଙ୍କ ଘରଲୋକ ବ୍ୟସ୍ତ ହେଉଥିଲେ। ଗତ ୧୧ତାରିଖରେ ରୋଜାଲିନଙ୍କ ଟ୍ବିଟ୍ଦେଖିବା ପରେ ସବ୍ୟସାଚୀ ବାସ୍ତବତା ପରଖିଥିଲେ। ନେଇ ସେ ରାଜ୍ୟକଣ୍ଟ୍ରୋଲ୍ରୁମ୍ ଅଧିକାରୀ ଜ୍ଞାନରଂଜନ ମହାପାତ୍ରଙ୍କ ସହ ଯୋଗାଯୋଗ କରି ଛାତ୍ରଛାତ୍ରୀଙ୍କ ଫେରିବା ପାଇଁ ପଂଜୀକରଣ ବ୍ୟବସ୍ଥା କରିଥିଲେ। ଏଥିପାଇଁ ଦିନ କସରତ କରିବାକୁ ପଡ଼ିଥିଲା। କିଛି ଛାତ୍ରଛାତ୍ରୀଙ୍କ ଅବସ୍ଥା ସ୍ବଚ୍ଛଳ ନଥିବାରୁ ସେମାନଙ୍କୁ ଓଡ଼ିଶା ଫେରାଇ ଆଣିବା ପାଇଁ ସବ୍ୟସାଚୀ ଆର୍ଥିକ ସହଯୋଗ ସହ ୨ଟି ବସ୍ ବ୍ୟବସ୍ଥା କରିଥିଲେ। ବସ୍କୁ ସାନିଟାଇଜ୍କରାଇବା ସହ ୬୦ ଜଣ ପିଲାଙ୍କ ଲାଗି ଖାଦ୍ୟର ବ୍ୟବସ୍ଥା କରିଥିଲେ। ଓଡ଼ିଶାରେ ପହଞ୍ଚିବା ପାଇଁ ଅଢ଼େଇ ଦିନ ଲାଗିବାକୁ ଥିବାରୁ ସେମାନଙ୍କ ପାଇଁ କେଜି ଶୁଖିଲା ଖାଦ୍ୟ ପଠାଇଥିଲେ।

22/05/2020

Leave a Reply

Your email address will not be published. Required fields are marked *

Comments