Bikash Khabar
ବାଲୁକା କଳା ଓ ଆନିମେସନରେ ବାୟୁସେନାଙ୍କ ବୀରତ୍ୱର ଗାଥା

କାଶ୍ମୀରର ପୁଲୱାମା ଆକ୍ରମଣ ପରବର୍ତ୍ତି ଭାରତର ପଦକ୍ଷେପକୁ ସାରା ଦେଶରେ ପ୍ରଶଂସା କରାଯାଉଛି । ବାୟୁସେନାର ପ୍ରତିଶୋଧକୁ ନେଇ ଦେଶ ବିଜୟ ଉଲ୍ଲାସ ସହିତ ଗର୍ବିତ ଅନୁଭବ କରୁଥିବାବେଳେ ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ସେନାଙ୍କୁ ସଲାମ ଜଣାଇ ଏକ ବାଲୁକା କୃତି ନିର୍ମାଣ କରିଛନ୍ତି । ସେହିପରି ଅନ୍ୟତମ ବାଲୁକା ଶିଳ୍ପୀ ମାନସ ଏକ ସୁନ୍ଦର ସ୍ୟାଣ୍ଡ ଆନିମେସନ ଭିଡ଼ିଓ ପ୍ରସ୍ତୁତ କରି ସେନାଙ୍କୁ ସଲାମ ଜଣାଇଛନ୍ତି ।

ମାନସଙ୍କ ଏହି ୪ ମିନିଟର ଭିଡ଼ିଓରେ ସେ ପୁଲୱାମା ଆକ୍ରମଣ, ବାୟୁସେନାର ପିଓକେ ପ୍ରତିଶୋଧକୁ ଚମତ୍କାର ଭାବେ ସଂଯୋଜିତ କରିଛନ୍ତି । ଏହି ଆନିମେସନରେ ଯବାନଙ୍କ ବୀରତ୍ୱର କାହାଣୀ ସ୍ଥାନିତ ହୋଇଛି । ଏହି ସ୍ୟାଣ୍ଡ ଆନିମେସନ ପାଇଁ ମାନସଙ୍କୁ ୧୦ ଘଣ୍ଟା ଲାଗିଥିଲା ।

28/02/2019

Leave a Reply

Your email address will not be published. Required fields are marked *

Comments