Bikash Khabar
ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଖୋଲିଲା ହିନ୍ଦୀରେ ଏମଏ

ହିନ୍ଦୀ ପାଠ୍ୟକ୍ରମ ପ୍ରଚଳନର ୬୨ ବର୍ଷ ପରେ ଗଙ୍ଗାଧର ମେହର ବିଶ୍ୱବିଦ୍ୟାଳୟରେ ହିନ୍ଦୀରେ ଏମଏ ଶ୍ରେଣୀ ଖୋଲିଛି ।
ହିନ୍ଦୀ ଭାଷା ପ୍ରତି ଦିନକୁ ଦିନ ଗୁରୁତ୍ୱ ବଢିବାରେ ଲାଗିଛି । ଏହା ଆମର ଜାତୀୟ ଭାଷା ଓ ସାରା ଦେଶରେ ବେଶୀ ଲୋକ କହୁଥିବା ଭାଷା । ହିନ୍ଦୀ ଭାଷା ଭାଷୀଙ୍କ ସଂଖ୍ୟା ବଢୁଥିବା ବେଳେ ଏହାକୁ ଗୁରୁତ୍ୱ ଦେଇ ଅଧିକରୁ ଅଧିକ ଛାତ୍ର ସୃଷ୍ଟି କରାଯିବାର ଆବଶ୍ୟକତା ଥିବା କହିଛନ୍ତି କୁଳପତି ଅତନୁ କୁମାର ପତି ।
ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ହିନ୍ଦୀ ଏମଏରେ ମୋଟ ୩୦ଟି ସିଟ୍ ରହିଛି । ଦୁଇ ଜଣ ଅଧ୍ୟାପକ ଏବଂ ତିନିଜଣ ଅତିଥି ଅଧ୍ୟାପକଙ୍କୁ ନିୟୋଜନ କରାଯାଇଛି । ଆସନ୍ତା ଶିକ୍ଷାବର୍ଷ ଠାରୁ ହିନ୍ଦୀରେ ପିଏଚଡ଼ି ପ୍ରୋଗ୍ରାମ ଆରମ୍ଭ ହେବ ବୋଲି ଶ୍ରୀପତି ଦର୍ଶାଇଛନ୍ତି  । ହିନ୍ଦୀରେ ପିଏଚଡ଼ି ପାଠ୍ୟକ୍ରମ ଆରମ୍ଭ କରାଗଲେ ଏହା ରାଜ୍ୟର ତୃତୀୟ ବିଶ୍ୱବିଦ୍ୟାଳୟ ହେବ । ଆଗରୁ କଟକର ରେଭେନ୍ସା ଓ ରାଜଧାନୀର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ହିନ୍ଦୀରେ ପିଏଚଡ଼ି ପାଠ୍ୟକ୍ରମ ରହିଛି । ରାଜ୍ୟରେ ହିନ୍ଦୀ ଶିକ୍ଷାର ପ୍ରସାର ଦିଗରେ ଏହି ପଦକ୍ଷେପ ସହାୟତା କରିବ ବୋଲି ଏଠାରେ ଆୟୋଜିତ ଏକ ଉତ୍ସବରେ ମତ ପ୍ରକାଶ ପାଇଛି । 
 

08/09/2018

Leave a Reply

Your email address will not be published. Required fields are marked *

Comments