Bikash Khabar
ସରପଞ୍ଚ ବି କରୋନା ଯୋଦ୍ଧା,ମିଳିବ ୫୦ ଲକ୍ଷର ବୀମା ରାଶି

ସରପଞ୍ଚଙ୍କୁ କରୋନା ଯୋଦ୍ଧାର ମାନ୍ୟତା ଦେଇଛନ୍ତି ରାଜ୍ୟ ସରକାର ପୂର୍ବରୁ ଏହି ତାଲିକାରେ ଡ଼ାକ୍ତର, ପୁଲିସ, ସ୍ବାସ୍ଥ୍ୟକର୍ମୀଙ୍କୁ ରଖା ଯାଇଥିଲା ଏବେ ସରପଞ୍ଚ ବି କରୋନା ଯୋଦ୍ଧାର ମାନ୍ୟତା ପାଇଛନ୍ତି ଗ୍ରାମାଞ୍ଚଳରେ କ୍ବାରେଣ୍ଟାଇନ ସେଣ୍ଟର ପରିଚାଳନାରେ ସରପଞ୍ଚଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥିବାରୁ ତାଙ୍କୁ ଯୋଦ୍ଧାର ମାନ୍ୟତା ଦିଆଯାଇଛି ଏହା ସହ ଟିଏମସି, କ୍ବାରେଣ୍ଟାଇନ ସେଣ୍ଟର ପରିଚାଳନାରେ ସହଯୋଗ କରୁଥିବା ବ୍ୟକ୍ତି ବିଶେଷଙ୍କୁ ମଧ୍ୟ କରୋନା ଯୋଦ୍ଧା କୁହାଯିବ ଖାଲି କୁହାଯିବ ନୁହେଁ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କ ପାଇଁ ଆଜି ଏକ ବଡ଼ ଘୋଷଣା କରିଛନ୍ତି କରୋନା ସଂକ୍ରମଣରେ ଯଦି ସରପଞ୍ଚ ବା ସଙ୍ଗରୋଧ କେନ୍ଦ୍ର ପରିଚାଳନାରେ ଜଡ଼ିତ ବ୍ୟକ୍ତିବିଶେଷ ମୃତ୍ୟୁବରଣ କରନ୍ତି ତେବେ ସେମାନଙ୍କ ପରିବାରକୁ ସରକାର ୫୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ତୃଣମୂଳସ୍ତରରେ କରୋନା ମୁକାବିଲା ନିମନ୍ତେ ସରପଞ୍ଚମାନେ ଟିଏମସି, ସଙ୍ଗରୋଧ କେନ୍ଦ୍ର ଅନ୍ୟାନ୍ୟ କୋବିଡ଼ ସୁବିଧାର ସୁପରିଚାଳନାରେ ଉତ୍ସର୍ଗୀକୃତ ଭାବରେ କାର୍ଯ୍ୟ କରୁଛନ୍ତି ସେମାନେ ଆଗଧାଡ଼ିର ଯୋଦ୍ଧା ସେମାନଙ୍କ ପରିବାରର ହିତ ପାଇଁ ପୂର୍ବଘୋଷିତ ୫୦ ଲକ୍ଷ ଟଙ୍କା ସହାୟତା ରାଶିରେ ସେମାନଙ୍କୁ ଅନ୍ତର୍ଭୁକ୍ତ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି କରୋନାରେ ଏମାନଙ୍କ ମଧ୍ୟରୁ କାହାରି ମୃତ୍ୟୁ ହେଲେ ସେମାନଙ୍କ ପରିବାରକୁ ମଧ୍ୟ ଏହି ସହାୟତା ରାଶି ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି

15/05/2020

Leave a Reply

Your email address will not be published. Required fields are marked *

Comments