Bikash Khabar
ନିରାପଦ ଦୀପାବଳି ପାଇଁ, ଚନ୍ଦକା ଅଭୟାରଣ୍ୟ ଆଦିବାସୀ ଗାଁରେ ସଚେତନତା

ଚନ୍ଦକା ହସ୍ତୀ ଅଭୟାରଣ୍ୟର ପାଦ ଦେଶରେ ଥିବା ଆଦିବାସୀ ଗାଁ କନ୍ଦଳେଇରେ ନିରାପଦ ଦୀପାବଳି ଉତ୍ସବ ପାଳନ ପାଇଁ ସଚେତନତା ଶିବିରର ଆୟୋଜନ କରାଯାଇଛି । ନୂଆଦିଲ୍ଲୀସ୍ଥିତ ଅଗ୍ରଣୀ ସାମାଜିକ ସଂଗଠନ ‘ଆଶ୍ରା’ ଆନୁକୂଲ୍ୟରେ ଗ୍ରାମବାସୀ ଓ ଛାତ୍ରଛାତ୍ରୀମାନଙ୍କୁ ନେଇ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ଦୀପାବଳି ବାଣଫୁଟାରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଥିଲା । କନ୍ଦଳେଇ ଗାଁଟି ସମ୍ପୂର୍ଣ୍ଣ ପ୍ରାକୃତିକ ପରିବେଶ ଭିତରେ ଅବସ୍ଥିତ । ଅଧିକାଂଶ ପରିବାରର ଘର ଛଣ ଓ ଚାଳଛପର । ଗାଁ ଭିତରେ ଅଗ୍ନିକାଣ୍ଡ ଘଟିଲେ ରାସ୍ତା ନଥିବାରୁ ଅଗ୍ନିଶମ ଗାଡ଼ି ବି ପହଂଚିବା କଷ୍ଟକର ବ୍ୟାପାର । ତେବେ ଜଙ୍ଗଲ ଘେରା ଅଂଚଳ ହୋଇଥିବାରୁ ବାଣର ଶବ୍ଦ ଓ ଆଲୋକ ବନ୍ୟଜନ୍ତୁମାନଙ୍କୁ ବ୍ୟତିବ୍ୟସ୍ତ କରାଇବାର ସମ୍ଭାବନା ରହିଛି । ଏସବୁ ଦୃଷ୍ଟିରୁ ଗ୍ରାମାବାସୀମାନେ ଉଚ୍ଚଶବ୍ଦ ସୃଷ୍ଟିକାରୀ ବାଣ ଫୁଟାଇବାରୁ ନିବୃତ୍ତ ରୁହନ୍ତୁ ବୋଲି ଅତିଥିମାନେ ପରାମର୍ଶ ଦେଇଥିଲେ । ସାମାଜିକ କର୍ମୀ ସୁଶାନ୍ତ ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ କନ୍ଦଳେଇର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ପବିତ୍ର ମୋହନ ନାୟକ, ଶିକ୍ଷକ ସୁବାଷ ଓଝା, ସରକାରୀ ପ୍ରାଥମିକ ବିଦ୍ୟାଳୟ ବିନ୍ଧ୍ୟଗିରିର ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ମହାରଣା, ସାମାଜିକ କର୍ମୀ ପ୍ରିୟବ୍ରତ ପଣ୍ଡା ପ୍ରମୁଖ ଯୋଗ ଦେଇ ଆଲୋକ ଓ ଆନନ୍ଦର ପର୍ବ ଦୀପାବଳିକୁ ପାରମ୍ପରିକ ଓ ପ୍ରଦୂଷଣମୁକ୍ତ ଭାବେ ପାଳନ ପାଇଁ ପରାମର୍ଶ ଦେଇଥିଲେ ।

 

04/11/2018

Leave a Reply

Your email address will not be published. Required fields are marked *

Comments