Bikash Khabar
ଏଣିକି ମାଟ୍ରିକ ପରୀକ୍ଷା ଚାଲିଥିବାବେଳେ ସମାନ୍ତରାଳ ଭାବେ ହେବ ଖାତା ଦେଖା

ପରୀକ୍ଷା ସମୟରେ ଶିକ୍ଷକମାନେ ଆନ୍ଦୋଳନକୁ ଓହ୍ଲାଇଲେ ଫଳ ପ୍ରକାଶ ଉପରେ ତାର ପ୍ରଭାବ ପଡ଼ୁଛି । ବିିଭିନ୍ନ କାରଣରୁ ବିଳମ୍ବିତ ଫଳ ପ୍ରକାଶ ମେଧାବୀ ବିଦ୍ୟାର୍ଥିଙ୍କୁ ଅନ୍ୟତ୍ର ନାମ ଲେଖାଇବାରେ ବାଧକ ସାଜୁଛି । ଏହାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଭିନ୍ନ ପ୍ରୟାସ ହାତକୁ ନିଆଯାଉଛି ।

ଆସନ୍ତା ଶିକ୍ଷାବର୍ଷରୁ ମାଟ୍ରିକ ପରୀକ୍ଷା ଚାଲିଥିବା ସମୟରେ ସମାନ୍ତରାଳ ଭାବେ ଖାତା ଦେଖା ହେବ । ଯେଉଁ ଶିକ୍ଷକମାନେ ମାଟ୍ରିକ ପରୀକ୍ଷା ପରିଚାଳନାରେ ରହିବେ ସେମାନଙ୍କ ଉପରେ ଆଉ ଖାତା ଦେଖା ଭାର ରହିବ ନାହିଁ । ପ୍ରତିଦିନ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଖାତା ଗୁଡ଼ିକୁ କୋଡ଼ିଂ କରାଯାଇ ନିର୍ଦ୍ଦିଷ୍ଟ ପରୀକ୍ଷା କେନ୍ଦ୍ରକୁ ପଠାଯିବ । ଫଳରେ ପରୀକ୍ଷା ସରିବା ବେଳକୁ ଖାତା ଦେଖା ସରିଥିବ । ଏଭଳି ବ୍ୟବସ୍ଥା ଲକ୍ଷାଧିକ ବିଦ୍ୟାର୍ଥିଙ୍କ ପାଇଁ ଲାଭଦାୟକ ହେବ । ପରୀକ୍ଷା ସରିବା ମାତ୍ରେ ଫଳ ପ୍ରକାଶ ପାଇଲେ ଜାତୀୟ ସ୍ତରର ପ୍ରତିଦ୍ୱନ୍ଦିତା ମୂଳକ ପରୀକ୍ଷା ପାଇଁ ପିଲାମାନେ ନିଜକୁ ପ୍ରସ୍ତୁତି କରିପାରିବେ । 
 

19/11/2018

Leave a Reply

Your email address will not be published. Required fields are marked *

Comments