Bikash Khabar
ବିଦର୍ଭର ଦିବ୍ୟାଙ୍ଗଙ୍କ ପାଇଁ ମୁମ୍ବାଇ ସ୍କୁଲ ଛାତ୍ର ଯୋଗାଡ଼ କରିଦେଲେ ୪୩ ଲକ୍ଷ ଟଙ୍କା

ଯଦି ଅଧ୍ୟୟନର ଆଭିମୁଖ୍ୟ ସମାଜର ସେବା କରିବା ତେବେ ମୁମ୍ବାଇର ସ୍କୁଲ ଛାତ୍ରଛାତ୍ରୀ ଏଥିରେ ସଫଳତା ଅର୍ଜିଥିବା କୁହାଯାଇପାରିବ । ମୋହିମ ଠାରେ ଥିବା ବମ୍ବେ ସ୍କଟିସ ସ୍କୁଲର ଛାତ୍ରଛାତ୍ରୀମାନେ ବିଦର୍ଭ ଅଂଚଳର ଅଗମ୍ୟ ଗାଁ ମାନଙ୍କରେ ରହୁଥିବା ଦିବ୍ୟାଙ୍ଗ ମାନଙ୍କ ପାଇଁ କୃତ୍ରିମ ଅଙ୍ଗ ଯୋଗାଇ ଦେବାର ଖର୍ଚ୍ଚ ଠୁଳ କରି ଯୋଗାଇ ଦେଇପାରିଛନ୍ତି ।

ନବମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ମଧ୍ୟରେ ପଢୁଥିବା ୧୫୬ ଜଣ ଛାତ୍ର କ୍ରାଉଡ଼ ଫଣ୍ଡିଙ୍ଗ ବ୍ୟବହାର କରି ୪୩ ଲକ୍ଷ ଟଙ୍କାର ପାଣ୍ଠି ସୃଷ୍ଟି କରିପାରିଥିଲେ । ଦେଶର ୧୬୫ଟି ସହରର ୧୪୨୮ ଜଣଙ୍କ ନିକଟରୁ ଏହି ଟଙ୍କା ସେମାନେ ଯୋଗାଡ଼ କରିଥିବା ଜଣାଯାଇଛି । ଏହି ପ୍ରକାର ଉଦ୍ୟମକୁ କୁନି ହାତରେ ବଡ଼ କାମ ବୋଲି କହିଛନ୍ତି ଫ୍ରିଡ଼ମ ଟ୍ରଷ୍ଟ ନାମକ ଏକ ଏନଜିଓର ସଂଯୋଜକ ଡ଼କ୍ଟର ସୁନ୍ଦର ସୁବ୍ରମଣ୍ୟମ । ପ୍ରତ୍ୟେକ ଛାତ୍ର ୨୦ ହଜାର ଟଙ୍କା ଲେଖାଏ ଯୋଗାଡ଼ କରି ଦେବାର ଦାୟିତ୍ୱ ନିଜ କାନ୍ଧକୁ ନେଇଥିଲେ । ସେମାନଙ୍କ ମଧ୍ୟରୁ କେତେଜଣ ଛାତ୍ର ମାତ୍ର ୧୦ ଦିନ ମଧ୍ୟରେ ୧ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଯୋଗାଡ଼ କରିପାରିଲେ ।
ଦିଆ ପରଶରାମ ପୁରିଆ ନାମ୍ନୀ ଏକାଦଶ ଶ୍ରେଣୀର ଜନୈକା ଛାତ୍ରୀ ୧.୪୩ ଲକ୍ଷ ଟଙ୍କା ଯୋଗାଡ଼ କରିଥିବାବେଳେ ସଚ୍ଚି କମାତ ନାମକ ଆଉ ଜଣେ ଛାତ୍ରୀ ୧.୨୮ ଲକ୍ଷ ଯୋଗାଡ଼ କରିବାରେ ସଫଳ ହୋଇଥିଲେ । ଫୁଏଲ ଏ ଡ଼୍ରିମ୍ ନାମକ କ୍ରାଉଡ଼ ଫଣ୍ଡିଗ ସାଇଟ୍ ମାଧ୍ୟମରେ ଦିବ୍ୟାଙ୍ଗଙ୍କ ଦୁଃଖ ବିବରଣୀ ଦେଇ ସେମାନେ ଲୋକଙ୍କ ଅନୁକମ୍ପା ପାଇଥିବା କହିଛନ୍ତି । 
 

11/11/2018

Leave a Reply

Your email address will not be published. Required fields are marked *

Comments