Bikash Khabar
ମୁମ୍ବାଇର ନିଆରା ସ୍କୁଲ, ଯେଉଁଠାରେ ପିଲା ସ୍କୁଲ ଆସନ୍ତି ନାହିଁ, ସ୍କୁଲ ତାଙ୍କର ଘରକୁ ଯାଏ

 ମୁମ୍ବାଇର ବସ୍ତିବାସିନ୍ଦାଙ୍କ ପାଇଁ ଆରମ୍ଭ ହୋଇଛି ଏକ ନିଆରା ସ୍କୁଲ ‘ସ୍କୁଲ ଅନ୍ ହ୍ୱିଲ୍’ ।  ଏଥିରେ ୩ବର୍ଷରୁ ୧୬ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ଏକାଠି ପଢାଯାଏ । ପିଲାମାନେ ସ୍କୁଲକୁ ଯିବା ବଦଳରେ ସ୍କୁଲ ପିଲାମାନଙ୍କ ପାଖକୁ ଆସିଥାଏ ।

ଏହି ସ୍କୁଲ ପାରମ୍ପରିକ ସ୍କୁଲ ଠାରୁ ନିଆରା । ସ୍କୁଲଟି ଗୋଟିଏ ବସ୍ ଭିତରେ ଚାଲେ । ବସଟି ନିର୍ଦ୍ଦାରିତ ସମୟରେ ବସ୍ତିି ନିକଟକୂୁ ଆସି ପିଲାଙ୍କୁ ଉଠାଏ, ଏବଂ ୨ ଘଣ୍ଟା ଚଳନ୍ତା ବସରେ ପଢାଯାଏ ପାଠ । ସକାଳ ୯ରୁ ସନ୍ଧ୍ୟା ୭ଯାଏ ଚାଲୁଥିବା ଏହି ସ୍କୁଲରେ ୨ ଘଣ୍ଟା ଲେଖାଏଁ ଗୋଟିଏ ଗୋଟିଏ ବ୍ୟାଚର ପିଲାଙ୍କୁ ପଢାଯାଏ । ଏହି ବସ୍ ତଥା ସ୍କୁଲରେ ପାଠ ପଢାଯିବା ସହ ଭୋଜନର ମଧ୍ୟ ବ୍ୟବସ୍ଥା କରାଯାଇଛି ।

ସାଉଥ୍ ମୁମ୍ବାଇର ଫେସନ ଷ୍ଟ୍ରିଟ, କ୍ରାଫୋର୍ଡ଼ ମାର୍କେଟ ୱାଡ଼ି ବୁନ୍ଦେର, ରେରୋଡ଼, ଅନେ୍ଧରୀ, ଗୋରେଗାଓଁ, ଜାଗେଶ୍ୱରୀ, ବୋରିବଲି ଏବଂ ଗୋଚଣ୍ଡିରେ ଏହି ଭ୍ରାମ୍ୟମାଣ ସ୍କୁଲ ସୋମବାର ଠାରୁ ଶୁକ୍ରବାର ଯାଏ ସପ୍ତାହକୁ ୫ଦିନ ଚାଲେ । ଡ଼ୋରଷ୍ଟେପ୍ ସ୍କୁଲ ସଂଗଠନ ଏହି ସ୍କୁଲକୁ ୧୯୮୮ ମସିହାରୁ ଚଳାଉଛି । ଏଥିରେ ୨,୩୫,୦୦୦ ବିଦ୍ୟାର୍ଥିଙ୍କ ଜୀବନ ଗଢି ହେଉଛି । ହିନ୍ଦୀ, ଇଂରାଜୀ ଓ ମରାଠି ଭାଷାରେ ପାଠ ପଢାଯାଇଥାଏ । ଏବେ ଏପରି ୫ଟି ବସରେ ସ୍କୁଲ ଚାଲିଛି । ଆଗାମୀ ତିନି ମାସ ମଧ୍ୟରେ ଷଷ୍ଠ ବସ୍ ଆସୁଥିବା କହନ୍ତି ସଂଗଠନର କର୍ମକର୍ତ୍ତା ବୀଣା । 

07/07/2018

Leave a Reply

Your email address will not be published. Required fields are marked *

Comments