Bikash Khabar
ପ୍ରଥମ ଓଡ଼ିଆ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ହେଲେ ଶକ୍ତିକାନ୍ତ

୧୯୮୦ ତାମିଲନାଡ଼ୁ କ୍ୟାଡ଼ରର ଆଇଏଏସ ଶକ୍ତିକାନ୍ତ ଦାସ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ପଦରେ ବସିବେ । ନିଯୁକ୍ତି ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ଶ୍ରୀ ଦାସଙ୍କ ନାମକୁ ଅନୁମୋଦନ ପ୍ରଦାନ କରିଛନ୍ତି । ଶକ୍ତିକାନ୍ତ ଦାସ ଓଡ଼ିଶାରେ ଜନ୍ମ ଗ୍ରହଣ କରିଛନ୍ତି ।

କେନିଆ ଜନ୍ମିତ ଉର୍ଜିତ ପଟେଲ ଇସ୍ତଫା ଦେବାର ଗୋଟିଏ ଦିନ ବିତି ନଥିବା ବେଳେ ତାଙ୍କ ଉତ୍ତରାଧିକାରୀ ଭାବେ ଶକ୍ତିକାନ୍ତ ଦାସଙ୍କୁ ନିଯୁକ୍ତି ଦିଆଯାଇଛି ।
ଶକ୍ତିକାନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜଣେ ବିଶ୍ୱସ୍ତ ଅଧିକାରୀ । ମୋଦି ହିଁ ତାଙ୍କୁ ରାଜସ୍ୱ ବିଭାଗର ମୁଖ୍ୟ ଭାବେ ଅର୍ଥ ମନ୍ତ୍ରାଳୟରେ ନିଯୁକ୍ତି ଦେଇଥିଲେ । ପରେ ତାଙ୍କୁ ଅର୍ଥନୈତିକ ବ୍ୟାପାର ବିଭାଗର ମୁଖ୍ୟ କରାଯାଇଥିଲା । ବିମୁଦ୍ରାୟନର ଦାୟିତ୍ୱ ସମ୍ଭାଳିଥିଲେ ଶକ୍ତିକାନ୍ତ । ତାଙ୍କୁ ବିମୁଦ୍ରାୟନର ଚେହେରା କୁହାଯାଉଥିଲା । ସେ ଉପା-୨ ସରକାର ଅମଳରେ ବଜେଟ ପ୍ରସ୍ତୁତି ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିଲେ । ଉର୍ଜିତ ପଟେଲଙ୍କ ଉତ୍ତରାଧିକାରୀ ଭାବେ ଶକ୍ତିକାନ୍ତ ରିଜର୍ଭ ବ୍ୟାଙ୍କକୁ ନୁଆ ଦିଶା ଦେଇପାରିବେ ବୋଲି ଆଶା କରାଯାଉଛି । 
 

12/12/2018

Leave a Reply

Your email address will not be published. Required fields are marked *

Comments