Bikash Khabar
ଷଷ୍ଠରେ ହୋଇଥିଲେ ଫେଲ୍, କିନ୍ତୁ ବିନା କୋଚିଂରେ ଆଇଏଏସରେ ପାଇଗଲେ ସଫଳତା

ଭାରତୀୟ ପ୍ରଶାସନିକ ସେବା ଅଧିକାରୀ (ଆଇଏଏସ) ହେବା ଏତେ ସହଜ କଥା ନୁହେଁ । କେତେ କେତେ ମେଧାବୀ ଛାତ୍ରଙ୍କୁ ଏକାଧିକ ଥର ପ୍ରୟାସ ସତ୍ତେ୍ୱ ବିଫଳତାର ସ୍ୱାଦ ଚାଖିବାକୁ ପଡ଼ୁଛି । କିନ୍ତୁ ଚଣ୍ଡିଗଡ଼ର ଜଣେ ଝିଅ ରୁକ୍କୁଣୀ ରାୟର ପ୍ରଥମ ପ୍ରୟାସରେ ବିନା କୌଣସି କୋଚିଂରେ ଏହି ସର୍ବ ଭାରତୀୟ ସେବା ପଦବୀ ନିକଟରେ ପହଂଚିପାରିଛନ୍ତି । ରୁକ୍କୁଣୀ ପିଲାଦିନେ ଷଷ୍ଠ ଶ୍ରେଣୀ ପରୀକ୍ଷାରେ ଅକୃତ କାର୍ଯ୍ୟ ହୋଇଥିବା କଥାକୁ ମାନନ୍ତି ।
ଟାଟା ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସ (ଟିଆଇଏସଏସ)ରେ ସାମାଜିକ ଉଦ୍ୟୋଗୀ ବିଷୟରେ ସ୍ନାତକୋତ୍ତର ଶିକ୍ଷା କରିଥିବା ୨୯ ବର୍ଷିୟା ରୁକ୍କୁଣୀ ଷଷ୍ଠଶ୍ରେଣୀର ବିଫଳତାକୁ ଡ଼ରି ଡ଼ରି କଠିନ ଅଧ୍ୟବସାୟ କରିଥିବା କହନ୍ତି । ଷଷ୍ଠ ଶ୍ରେଣୀରେ ଫେଲ ହେବା ପରେ ତାଙ୍କର ଅନେକ ସହପାଠୀ ତାଙ୍କ ସହ କଥାବାର୍ତ୍ତା ବନ୍ଦ କରିଦେଲେ । ଘରୁ ମଧ୍ୟ ସେ କଡ଼ା ତାଗିଦାର ସାମ୍ନା କରିଥିଲେ । ପରେ ସେ ସିଦ୍ଧାନ୍ତ ନେଲେ ସେ ଏପରି ପରିଶ୍ରମ କରି ସଫଳତାର ଶିଖରରେ ପହଂଚିବେ ଯେଉଁଠି ଜଣେ ଫେଲ ପିଲାଙ୍କୁ ଅଙ୍ଗୁଳି ଦେଖାଇବା ପୂର୍ବରୁ ୫ଥର ଭାବିବ । ତାହାହିଁ ହେଲା । ରୁକ୍କୁଣୀ ୨୦୦୫ରେ ଟିଆଇଏସଏସରେ ନାମ ଲେଖାଇ ୨୦୦୮ରେ ସ୍ୱର୍ଣ୍ଣପଦକ ସହ ଶିକ୍ଷା ସାରିଲେ । ନିଜ ଜୀବନର ବିଫଳତାକୁ ସେ ସଫଳତାର ମାଇଲ ଖୁଣ୍ଟ କରିପାରିଲେ । ୟୁପିଏସସି ୨୦୧୧ ପରୀକ୍ଷାରେ ସେ ସାରା ଦେଶରେ ଦ୍ୱିତୀୟ ସ୍ଥାନ ରଖିଥିଲେ । 
 

08/09/2018

Leave a Reply

Your email address will not be published. Required fields are marked *

Comments