Bikash Khabar
ଟ୍ରେନ କୋଚ, ଟଏଲେଟ ଓ ଷ୍ଟେସନରେ ସଫାସୁତୁରା ହୋଇନି କି, ଏହି ନମ୍ବରରେ ଜଣାନ୍ତୁ ତୁରନ୍ତ ହେବ କାର୍ଯ୍ୟାନୁଷ୍ଠାନ

 ଯଦି ଆପଣ ଭାରତୀୟ ରେଳରେ ଯାତ୍ରା କରୁଛନ୍ତି ଏବଂ ଆପଣ କୋଚ, ଟଏଲେଟ କିମ୍ବା ଷ୍ଟେସନର ପରିମଳ ବ୍ୟବସ୍ଥାରେ ଅସନ୍ତୁଷ୍ଟ ତେବେ ଆପଣ ହ୍ୱାଟ୍ସଆପର ଏକ ନିର୍ଦ୍ଦିଷ୍ଟ ନମ୍ବରରେ ତାର ଫଟୋଟିଏ ଉଠାଇ ପଠାଇ ଦିଅନ୍ତୁ କାର୍ଯ୍ୟାନୁଷ୍ଠାନ ହେବ । ଏପରି ପଦକ୍ଷେପ ନେଇଛି ପଶ୍ଚିମ ରେଳ ।

ପଶ୍ଚିମ ରେଳ ପକ୍ଷରୁ ୯୦୦୪୪୯୯୭୩୩ ହ୍ୱାଟ୍ସଆପ ନମ୍ବର ଜାରୀ କରାଯାଇ ଅପରିଷ୍କାର ସ୍ଥାନ ଗୁଡ଼ିକର ଫଟୋ ପଠାଇବା ପାଇଁ ଯାତ୍ରୀମାନଙ୍କୁ ନିବେଦନ କରାଯାଇଛି ।

ପଶ୍ଚିମରେଳର ମୁଖ୍ୟ ଲୋକସଂପର୍କ ଅଧିକାରୀ ରବିନ୍ଦର ଭାସ୍କର କହିଛନ୍ତି ଯେ ଏହି ଯୋଜନା ବଡ଼ୋଦରା ଡ଼ିଭିଜନରେ ସଫଳତା ପୂର୍ବକ କାର୍ଯ୍ୟାନ୍ୱୟନ ହୋଇପାରିଛି । ଏହି କାରଣରୁ ପଶ୍ଚିମରେଳର ସମସ୍ତ ଡ଼ିଭିଜନରେ ଆରମ୍ଭ କରାଯିବାର ନିଷ୍ପତ୍ତି ନିଆଯାଇଛି । ଯାତ୍ରୀମାନଙ୍କ ସ୍ୱାଚ୍ଛନ୍ଦ୍ୟକୁ ପ୍ରାଥମିକତା ଦେଉଥିବା ରେଳ ବିଭାଗ ଯାତ୍ରୀଙ୍କ ଭାଗୀଦାରିତା ସହ ନିଜ ଉତ୍ତରଦାୟିତ୍ୱତା ନିର୍ବାହ ପାଇଁ ଏଭଳି ସୁଟ ଆର୍ଟ ଦ ରେଟ ସାଇଟ ଅଭିଯାନ ଆରମ୍ଭ କରିଛି । 

01/08/2018

Leave a Reply

Your email address will not be published. Required fields are marked *

Comments