Bikash Khabar
ବ୍ରାଜିଲ, ଡ଼େନମାର୍କ ଭଳି ୫୦ ଦେଶକୁ ଟପି ଜୈବିକ ଚାଷ ପାଇଁ ସିକିମ୍ ପାଇଲା ସ୍ୱିକୃତି

ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନର ଫ୍ୟୁଚର ପଲିସି ଗୋଲ୍ଡ ଆୱାର୍ଡ଼ ସିକିମକୁ ମିିଳିଛି । ଏହି ରାଜ୍ୟ କୃଷି କ୍ଷେତ୍ରରେ ପୂର୍ଣ୍ଣାଙ୍ଗ ଅର୍ଗାନିକ ହୋଇପାରିଥିବାରୁ ଏହି ପୁରସ୍କାରରେ ସିକିମ ସମ୍ବର୍ଦ୍ଧିତ ହୋଇଛି ।

ମାତ୍ର ୬ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସିକିମ ସକାଶେ ଏହି ପୁରସ୍କାର ଅତ୍ୟନ୍ତ ଗୌରବର ବିଷୟ । ୨୦୧୬ ଜାନୁଆରୀରୁ ସିକିମ ସମ୍ପୂର୍ଣ୍ଣ ଜୈବିକ କୃଷି କୌଶଳ ଗ୍ରହଣ କରିଛି । ସିକିମ ଏପରି ଏକ ରାଜ୍ୟ ଯେଉଁଠାରେ ରାସାୟନିକ ସାର ଓ କୀଟନାଶକର ଆଦୌ ବ୍ୟବହାର କରାଯାଉନାହିଁ । ସିକିମକୁ ମିଳିଥିବା ପୁରସ୍କାରକୁ କୃଷି ପରିବେଶ ଓ ସମର୍ଥନୀୟ ବିକାଶ କ୍ଷେତ୍ରରେ ବିନିଯୋଗ କରାଯିବ ।
ପୁରସ୍କାରର ପ୍ରାୟୋଜକ ଖାଦ୍ୟ ଓ କୃଷି ସଂଗଠନ (ଏଫଏଓ) ଏକ ବିବୃତ୍ତିରେ କହିଛି ଯେ ସିକିମ ବିଶ୍ୱର ପ୍ରଥମ ଅର୍ଗାନିକ ରାଜ୍ୟ ଯେଉଁଠାରେ ସବୁ ଚାଷ ଜମିକୁ ଅର୍ଗାନିକ ବୋଲି ସ୍ୱିକୃତି ଦିଆଯାଇଛି ।
ସୂଚନା ଯୋଗ୍ୟ ଯେ, ସିକିମରେ ରାସାୟନିକ ସାର ଓ କୀଟନାଶକକୁ ରିହାତି ଯୋଗାଇ ଦିଆଯାଉନାହିଁ । ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇଛି ଜୈବିକ ଚାଷ । 
 

10/11/2018

Leave a Reply

Your email address will not be published. Required fields are marked *

Comments