Bikash Khabar
ବସ୍ତିବାସିନ୍ଦାକୁ ମିଳିବ ଘର!

ଆଗକୁ ଆସୁଛି ନିର୍ବାଚନ । ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ଗୋଟିଏ ପରେ ଗୋଟିଏ ଯୋଜନାର ବର୍ଷା ଆରମ୍ଭ କରିଛନ୍ତି । କାଳିଆ ଠୁ ଆରମ୍ଭ କରି ସ୍ୱୟଂ ସହାୟକ ଦଳକୁ ମୋବାଇଲି ବାଣ୍ଟିବା ଯାଏ କାମ ଯୁଦ୍ଧକାଳୀନ ଭିିତ୍ତିରେ ଚାଲିଥିବାବେଳେ ପୁଣି ନବୀନଙ୍କ ବସ୍ତିବାସିନ୍ଦାଙ୍କୁ ଘର ବାଣ୍ଟିବାର ପ୍ରତିଶୃତି ମନେ ପଡ଼ିଛି । ରାଜଧାନୀରେ ୧୦ ହଜାର ବସ୍ତିବାସିନ୍ଦାଙ୍କ ପାଇଁ ଆବାସ ମିସନ ଯୋଜନାରେ ବାସଗୃହ ବଣ୍ଟନକୁ ବୁଧବାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ । ବୁଧବାର ନବୀନ ୧୦୪ ଜଣଙ୍କୁ ଆବଣ୍ଟନ ପତ୍ର ବାଣ୍ଟି ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ୨୦୨୨ ସୁଦ୍ଧା ପ୍ରତ୍ୟେକ ବସ୍ତିବାସିନ୍ଦାଙ୍କୁ ପକ୍କା ଘର ମିଳିବ ବୋଲି ମୁଖ୍ୟମନ୍ତ୍ରୀ ପୁଣି ଥରେ ପ୍ରତିଶୃତି ଦେଇଛନ୍ତି ।

ଜନତା ମଇଦାନଠାରେ ଏ ଉପଲକ୍ଷେ ଆୟୋଜିତ ସଭାରେ ନବୀନ ତାଙ୍କ ସରକାରଙ୍କର ଗୁଣଗାନ କରିଥିଲେ । ନବୀନ ସରକାର ସମୟରେ ରାଜଧାନୀରେ ବେଆଇନ ବସ୍ତି ଗଢି ଉଠିବା ବଢିଛି ଓ ତାଳ ଦେଇ ବସ୍ତିବାସୀଙ୍କ ସମସ୍ୟା ବୃଦ୍ଧି ପାଇଛି । ଏ ପର୍ଯ୍ୟନ୍ତ ଆଖି ବୁଜି ଦେଇଥିବା ସରକାର ନିର୍ବାଚନକୁ ଦୃଷ୍ଟିରେ ରଖି ପୁଣି ଚେଇଁ ଉଠିଛନ୍ତି ବୋଲି ବିରୋଧି କହିଛନ୍ତି ।

07/03/2019

Leave a Reply

Your email address will not be published. Required fields are marked *

Comments