Bikash Khabar
ଧୂମ ବିହୀନ ହେବ ସ୍କୁଲ, ଆଗାମୀ ଦୁଇମାସ ମଧ୍ୟରେ ସବୁ ସ୍କୁଲରେ ଲାଗିବ ଧୂମ ବିହୀନ ଚୁଲା

  ମଧ୍ୟାହ୍ନ ଭୋଜନ ପାଇଁ ସ୍କୁଲ ପରିବେଶ ଧୂଅାଁମୟ ରହୁଛି । ସ୍କୁଲ ପରିସରରେ ମଧ୍ୟାହ୍ନ ଭୋଜନ ରନ୍ଧନ ପ୍ରଣାଳୀ, ପରିବେଶର ପରିଚ୍ଛନ୍ନତାକୁ ରାଜ୍ୟ ସରକାର ଏବେ ଗୁରୁତ୍ୱ ଦେବା କଥା ମନେ ପକାଇଛନ୍ତି । ପୂର୍ବରୁ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ଜାଳ କାଠରେ ହେଉଥିବାବେଳେ ଏଣିକି ପ୍ରତ୍ୟେକ ବିଦ୍ୟାଳୟରେ କିଭଳି ଧୂମ ବିହୀନ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ହେବ ସେ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ସମସ୍ତ ଜିଲ୍ଲାପାଳଙ୍କ ନିକଟକୁ ପଠାଯାଇଛି ।

ପ୍ରାଥମିକ ବିଦ୍ୟାଳୟର ରକ୍ଷଣାବେକ୍ଷଣ ଏବେ ପଂଚାୟତିରାଜ ବିଭାଗ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର । ପଂଚାୟତିରାଜ ବିଭାଗ ଏବେ ସବୁ ବିଦ୍ୟାଳୟର ଭିତ୍ତିଭୂମି ସଜାଡ଼ିବା ଦାୟିତ୍ୱ ନେଇଛି । ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନରେ କେନ୍ଦ୍ରରୁ ଯେଉଁ ଅର୍ଥ ଆସୁଛି ତାହା ପଂଚାୟତଗୁଡ଼ିକୁ ହସ୍ତାନ୍ତର କରାଯିବ । ଏବେ ରାଜ୍ୟର ୧୫ ହଜାର ବିଦ୍ୟାଳୟରେ ଧୂମ ବିହୀନ ଚୁଲା ବ୍ୟବହାରରେ ରୋଷେଇ ହେଉଛି । ଆଗାମୀ ୨ମାସ ମଧ୍ୟରେ ସବୁ ବିଦ୍ୟାଳୟରେ ଧୂମବିହୀନ ଚୁଲା ଲାଗିବା ସାଙ୍ଗକୁ ବିଦ୍ୟୁତ ସଂଯୋଗ କରାଯିବ । ବିଦ୍ୟୁତ ଦେୟ ଅର୍ଥ ପଂଚାୟତ ବହନ କରିବ । 

08/07/2018

Leave a Reply

Your email address will not be published. Required fields are marked *

Comments