Bikash Khabar
୧୦୦ ଟଙ୍କାରୁ କମ୍ ଖର୍ଚ୍ଚରେ ଗାଁ ଗାଁ ବୁଲି ଆଦିବାସୀ ମହିଳାଙ୍କୁ ସୌର କୁକର ତିଆରି ଶିଖାଉଛନ୍ତି ଏହି ଇଞ୍ଜିନିୟର

ଆଜି ମଧ୍ୟ ଦେଶର ଅନେକ ଆଦିବାସୀ ଅଂଚଳରେ ରୋଷେଇ ପାଇଁ ପାରମ୍ପରିକ ଚୁଲା ଓ ଜାଳେଣୀର ବ୍ୟବହାର ହୋଇଥାଏ । ଗ୍ରାମୀଣ ମହିଳାମାନେ ଜାଳେଣୀ ସଂଗ୍ରହ ପାଇଁ ଅଧିକାଂଶ ସମୟ ଦୂର ଜଙ୍ଗଲକୁ ଯାଇଥାନ୍ତି । କାଠରେ ରୋଷେଇ ଅନେକ ରୋଗର କାରଣ ସାଜିଥାଏ ।

ଏହି ସମସ୍ତ ସମସ୍ୟାରୁ ମହିଳାମାନଙ୍କୁ  ରକ୍ଷା କରିବା ପାଇଁ ଗୁଜୁରାଟ ଗ୍ରାସ ରୁଟ ଇନୋଭେସନ ଆଗୁମେଣ୍ଟସନ ନେଟୱାର୍କର ସିନିୟର ମ୍ୟାନେଜର ଅଲଜୁବେର ସୟିଦ ନିଜର ନୂଆ ଏକ ଇନୋଭେସନ ସହ ଗାଁ ଗାଁ ରେ ପହଂଚିଛନ୍ତି । ଥର୍ମାଲ ଇଞ୍ଜିନିୟରିଂ ପଢିଥିବା ସୟିଦ ପାରମ୍ପରିକ ଜାଳେଣୀ ବଦଳରେ ସୌରଶକ୍ତି ସଂପନ୍ନ କୁକର ଉତ୍ପାଦନ କରି ଖୁବ୍ କମ୍ ଖର୍ଚ୍ଚରେ ଲୋକଙ୍କ ପାଖରେ ଉପଲବ୍ଧ କରାଇଛନ୍ତି । ସେ ଏପରି ଏକ ମଡ଼େଲ ତିଆରି କରିଛନ୍ତି ଯାହାକି ଘରେ ଅତି ସହଜରେ ତିଆରି କରାଯାଇପାରୁଛି ।
ଏହି କୁକରରେ  ସହଜରେ ଭାତ, ଡ଼ାଲି, ତରକାରୀ ଆଦି ୪-୫ ଜଣଙ୍କ ପାଇଁ ରୋଷେଇ ହୋଇପାରୁଛି । ମାଟି ଚୁଲା ଭଳି ଏହାର ପାଖରେ ଜଗି ବସି ରହିବାର ଆବଶ୍ୟକତା ପଡ଼ୁନି । ୧୦୦ରୁ ଅଧିକ ଗାଁରେ ସୟିଦଙ୍କ ଏହି ସୋଲାର କୁକରକୁ ନେଇ କର୍ମଶାଳାମାନ ଆୟୋଜିତ ହୋଇଛି । ଘରେ ଥିବା କାର୍ଟୁନ, ଆଲୁମିନିୟମ ଫଏଲ ଓ ଅନ୍ୟାନ୍ୟ ସାମଗ୍ରୀକୁ ବ୍ୟବହାର କରି ଏହି କୁକର ତିଆରି ଓ ବ୍ୟବହାର ହୋଇପାରୁଛି । ଗୁଜୁରାଟର ଗ୍ରାମୀଣ ଆଦିବାସୀ ଅଂଚଳରେ ଏହା ବିପ୍ଲବ ଆଣି ଦେଇଛି ।

12/04/2019

Leave a Reply

Your email address will not be published. Required fields are marked *

Comments