Bikash Khabar
ଯୁବ ଇଞ୍ଜିନିୟର ତିଆରି କଲେ ସୌରଚାଳିତ ତିନି ଚକିଆ ସାଇକେଲ, ଦିବ୍ୟାଙ୍ଗ ହେବେ ଉପକୃତ

ଭଣ୍ଡାରିପୋଖରୀ ବ୍ଲକ କୁଲଣା ଗ୍ରାମର ଯୁବ ଇଞ୍ଜିନିୟର ରାକେଶ କୁମାର ନାୟକଙ୍କୁ ମିଳିଛି ଆଉ ଏକ ସଫଳତା । ସୌରଶକ୍ତି ସଂପନ୍ନ ସାଇକେଲର ସଫଳ ନିର୍ମାଣ ପରେ ଏବେ ରାକେଶ ଦିବ୍ୟାଙ୍ଗଙ୍କ ପାଇଁ ସୌରଚାଳିତ ଏକ ଟ୍ରାଇ-ସାଇକେଲ ନିର୍ମାଣରେ ସଫଳତା ପାଇଛନ୍ତି ।
ନିଜ ଘରେ ଥିବା ଏକ ସାଇକେଲରେ ଦୁଇଟି ସୌର ପ୍ଲେଟ, ୪ଟି ୧୨ଭୋଲ୍ଟ ବ୍ୟାଟେରୀ, ୨୪ ଭୋଲ୍ଟ ଡ଼ିସି ମୋଟର ଲଗାଇ ରାକେଶ ଘଣ୍ଟାପ୍ରତି ୩୦ କିିମି ବେଗ ସଂପନ୍ନ ସାଇକେଲ ନିର୍ମାଣ କରିଥିଲେ । ଏଥିରେ ୧୫ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା । ତିନିଚକିଆ ଯାନରେ ଦିବ୍ୟାଙ୍ଗମାନଙ୍କ ଯିବାଆସିବା ଦେଖିବା ପରେ ରାକେଶ ସେହି ସମାନ ପ୍ରଣାଳୀରେ ତିନି ଚକିଆ ସୌରଚାଳିତ ସାଇକେଲ ନିର୍ମାଣ କରିଛନ୍ତି । ଦିବ୍ୟାଙ୍ଗଙ୍କ ପାଇଁ ତିନିଚକିଆ ଯାନ ନିର୍ମାଣ କରୁଥିବା ସଂସ୍ଥା ସୌରଚାଳିତ ଏଭଳି ନମୁନାକୁ ବିକଶିତ କରାଇ ବଜାର ପ୍ରବେଶ କରାଇଲେ ତାହା ଦିବ୍ୟାଙ୍ଗଙ୍କ ପାଇଁ ବରଦାନ ହୋଇପାରନ୍ତା । 
 

11/09/2018

Leave a Reply

Your email address will not be published. Required fields are marked *

Comments