Bikash Khabar
ଧୂପକାଠି ବିକୁଥିବା ଜଣେ ବାପା ଝିଅର ପାଠପଢା ପାଇଁ ବିକି ଦେଲେ ନିଜ ଘର

  ଦେଶର ଏମିତି କେତେକ ଅଂଚଳ ରହିଛି ଯେଉଁଠି ଝିଅମାନଙ୍କୁ ପଢିବାର ସୁଯୋଗ କମ୍ ମିଳେ । ପୁଅମାନଙ୍କ ଉଚ୍ଚଶିକ୍ଷା ପାଇଁ ପୁଳା ପୁଳା ଟଙ୍କା ଖର୍ଚ୍ଚ କରାଯାଉଥିବାବେଳେ ଝିଅମାନଙ୍କୁ ଭଲ ସ୍କୁଲରେ ନାମ ଲେଖା କଥା ଉଠିଲେ ନୀରବ ହୋଇଯାଆନ୍ତି ବାପା ମା । କିନ୍ତୁ ବଡ଼ ଏକ ହୃଦୟ ଦେଖାଇଛନ୍ତି ଜଣେ ବାପା । ନିଜ ତିନି ଝିଅଙ୍କୁ ପଢାଇବା ପାଇଁ ସେ ରହୁଥିବା ଘର ଖଣ୍ଡିକ ମଧ୍ୟ ବିକ୍ରୀ କରିବାକୁ ପଛାଇ ନାହାନ୍ତି । ବଡ଼ ଝିଅ ୧୪ ବର୍ଷର ହୋଇଥିବାବେଳେ ସେ ନିଜ ଘରକୁ ବିକି ଦେଇ ଭଡ଼ା ଘରକୁ ଚାଲି ଆସିଥିଲେ । ଏବେ ବଡ଼ ଝିଅ ଜଜ୍ ।

ଏପରି କରି ଲକ୍ଷେ ହୃଦୟ ଜିତିଛନ୍ତି ବୈଦ୍ୟନାଥ ପ୍ରସାଦ ଶାହ । ବିହାରର ମୋତିହାରି ବାସିନ୍ଦା ବୈଦ୍ୟନାଥ ଧୂପକାଠି ବିକ୍ରୀ କରି ପରିବାର ଚଳାନ୍ତି । ନିଜ ତିନି ଝିଅଙ୍କୁ ଉଚ୍ଚ ଶିକ୍ଷା ଦେବା ପାଇଁ ସେ କେବଳ ଦିନ ରାତି ମେହନତ କରିନାହାନ୍ତି ବରଂ ଘର ଖଣ୍ଡିକ ବି ବିକ୍ରୀ କରିଦେଇଛନ୍ତି । ନିକଟରେ ଲୋକସେବା ଆୟୋଗ ଦ୍ୱାରା ବିହାର ପାଇଁ ଆୟୋଜିତ ଜୁଡ଼ିସିଆଲ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବୈଦ୍ୟନାଥଙ୍କ ଝିଅ ରୂପା ଜଜ୍ ହୋଇଯାଇଛନ୍ତି ।  ଦ୍ୱିତୀୟ ଝିଅ ରୁଚି ୨୦୧୪ରେ ଡ଼ାକ୍ତର ଭାବେ ନିଯୁକ୍ତି ପାଇଛନ୍ତି । ତୃତୀୟ ଝିଅ ଲକ୍ଷ୍ମୀ ଦିଲ୍ଲୀର ବିହାର ଭବନରେ ଅନୁବାଦକ ଭାବେ ଭର୍ତ୍ତି ହୋଇଛନ୍ତି । ବୈଦ୍ୟନାଥ ଜଣେ ସଫଳ ପିତା । ତାଙ୍କରି ପାଇଁ ଆମେ ଆମ ଜୀବନକୁ ଓ ଭବିଷ୍ୟତକୁ ଗଢି ପାରିଲୁ ବୋଲି ରୂପା, ରୁଚି ଓ ଲକ୍ଷ୍ମୀ କହିଛନ୍ତି । 

03/09/2018

Leave a Reply

Your email address will not be published. Required fields are marked *

Comments