Bikash Khabar
ଜିଆ ଖତ ଦେଇ ଭାଗ୍ୟ ଫଳାଉଛନ୍ତି ବାପ ପୁଅ

ଧାନ ଚାଷରୁ ଲାଭ ନପାଇ କୃଷିରୁ ମୁହଁ ଫେରାଇ ନେଉଥିବା ଚାଷୀଙ୍କ ପାଇଁ  ଉଦାହରଣ ସାଜିଛନ୍ତି ଶିମୁଳିଆ ବ୍ଲକ ବାଙ୍ଗରାଖଣ୍ଡିଗଡ଼ିଆର ୬୫ ବର୍ଷ ବୟସ୍କ ନରେନ୍ଦ୍ର ନାୟକ ଓ ୩୨ ବର୍ଷ ବୟସ୍କ ତାଙ୍କ ପୁଅ ସିତାରାମ ନାୟକ ।

ନରେନ୍ଦ୍ର ଓ ସୀତାରାମ କୃଷିକୁ ଦେଇଛନ୍ତି ନୁଆ କୌଶଳ । ଜୈବିକ ଖତ ସାର ବିଶେଷତଃ ଜିଆ ଖତ ଦେଇ ସେମାନେ ଝୁଡ଼ି ଝୁଡ଼ି ଭେଣ୍ଡି ଆଉ ବାଇଗଣ ଫଳାଇଛନ୍ତି । କାକୁଡ଼ି ଓ ବିନରେ ଦୁଇ ଏକର କ୍ଷେତ ବୋଝେଇ ହୋଇଛି । ବିଗତ ୭ ବର୍ଷ ଧରି ଏହି ଚାଷୀ ବାପ ପୁଅ ଜମିରେ ଫଳାଇଛନ୍ତି ଭାଗ୍ୟ ।
ଜୈବିକ ଖତ ସାର ଦେଇ ପନିପରିବା ଉତ୍ପାଦନ କରୁଥିବାରୁ ସେମାନଙ୍କ ଚାଷରେ ବ୍ୟୟ ତୁଳନାତ୍ମକ ଭାବେ କମ ହୋଇଛି । ଫସଲର ସ୍ୱାଦ ଅଧିକ ହୋଇଥିବାରୁ ଚାହିଦା ବଢିଛି । ପନିପରିବା ଚାଷରୁ ମାସକୁ ୮୦ ହଜାର ଟଙ୍କା ଆୟ କରି ଅଂଚଳର ପ୍ରଗତିଶୀଳ ଚାଷୀର ପରିଚୟ ପାଇଛନ୍ତି । 
 

17/12/2018

Leave a Reply

Your email address will not be published. Required fields are marked *

Comments