Bikash Khabar
ହୋମଗାର୍ଡ଼ଙ୍କ ପୁଅ ପାଇଲେ ଆଇଇଏସ

ନିକଟରେ ପ୍ରକାଶ ପାଇଥିବା ଭାରତୀୟ ଇଞ୍ଜିନିୟରିଂ ସର୍ଭିସର ପରୀକ୍ଷା ଫଳରେ ୧୧୪ତମ ର‌୍ୟାଙ୍କ ପାଇଛନ୍ତି ଉତ୍ତରପ୍ରଦେଶ ଲକ୍ଷେ୍ମø ଇଟୌଜ ଅଂଚଳର ଜଣେ ହୋମଗାର୍ଡ଼ଙ୍କ ପୁଅ ।

ଇଟୌଜା ଆଲାଦାତପୁର ଗାଁର ଏହି ଯୁବକ ଘୋର ଦାରିଦ୍ର‌୍ୟ ଓ ଅଭାବ ବୋଧ ସହ ସଂଘର୍ଷ ସତ୍ତେ୍ୱ ଆଇଇଏସ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ।
ଇଟୌଜା ଆଲାଦାତପୁର ଗ୍ରାମର ଶିବମ ମିଶ୍ର ୨୦୧୭ରେ ଘରୋଇ ଇଞ୍ଜିନିୟରିଂ କଲେଜରୁ ମେକାନିକାଲ ଇଞ୍ଜିନିୟରିଂ ବିଭାଗରୁ ବିଟେକ୍ କରିବା ପରେ ଆଇଇଏସ ପାଇଁ ପ୍ରସ୍ତୁତିରେ ଲାଗି ପ୍ରଥମ ପ୍ରୟାସରେ ୧୧୪ ର‌୍ୟାଙ୍କ ହାସଲ କରିପାରିଥିବା ଜଣାଯାଇଛି । ଶିବମ ନିଜ ଗାଁରେ ଅଷ୍ଟମ ଶ୍ରେଣୀ ଯାଏ ପଢିଥିଲେ । ଚାଷୀ ପରିବାରରେ ଜନ୍ମିତ ଶିବମ ଗଣିତ ଓ ଇଂରାଜୀରେ ଭଲ ପଢୁଥିବା କହନ୍ତି ତାଙ୍କର ଜଣେ ଶିକ୍ଷକ । ସେ ନିଜର ସଫଳତା ଦାଦା ପ୍ରେମଚନ୍ଦ୍ର ମିଶ୍ର ଏବଂ ପିତା ଦୁର୍ଗେଶ ଚନ୍ଦ୍ର ମିଶ୍ରଙ୍କୁ ଦେଇଛନ୍ତି । ଶିବମଙ୍କ ପିତା ଦୁର୍ଗେଶ ଜଣେ ହୋମଗାର୍ଡ଼ । ଏବେ ସେ ଏସଏସପିଙ୍କ ବାସ ଭବନରେ ନିୟୋଜିତ ଅଛନ୍ତି । 
 

12/11/2018

Leave a Reply

Your email address will not be published. Required fields are marked *

Comments