Bikash Khabar
ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଶିକ୍ଷାକୁ ନେଇ ହେବ ସ୍ୱତନ୍ତ୍ର ଅଧିବେଶନ

ବୁଧବାର ମେକ୍ ଇନ୍ ଓଡ଼ିଶା କନକ୍ଲେଭ ମଂଚରେ ଉଚ୍ଚ ଶିକ୍ଷାରେ ସଂସ୍କାର ଓ ଶିଳ୍ପ ପାଇଁ ମାନବ ସମ୍ବଳକୁ ନେଇ ଏକ ସ୍ୱତନ୍ତ୍ର ଆଲୋଚନା ଆୟୋଜିତ ହେବ । ଏଥିରେ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରର ବହୁ ବିଶେଷଜ୍ଞ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଓଡ଼ିଶା ଉଚ୍ଚ ଶିକ୍ଷା ପରିଷଦର ଉପାଧ୍ୟକ୍ଷ ଅଶୋକ କୁମାର ଦାସଙ୍କ ସୂଚନା ଅନୁଯାୟୀ ଶିଳ୍ପର ବିକାଶ ମାନବ ସମ୍ବଳ ଉପରେ ନିର୍ଭର କରେ । ରାଜ୍ୟରେ ଉଚ୍ଚଶିକ୍ଷା କ୍ଷେତ୍ରରେ କଣ ସବୁ ପଦକ୍ଷେପ ନିଆଯାଇଛି ତାହା ଏଥିରେ ବିଶେଷ ଭାବେ ଆଲୋଚନା ହେବ ଏବଂ ଶିଳ୍ପ ଚାହୁଁଥିବା ସାମର୍ଥ୍ୟ କିଭଳି ସୃଷ୍ଟି କରାଯାଇପାରିବ ସେ ଦିଗରେ ପରାମର୍ଶ ମାନ ସୂଚିବଦ୍ଧ କରାଯିବ । ଏହା ହିଁ ହେଉଛି ଏପରି ସ୍ୱତନ୍ତ୍ର ଅଧିବେଶନ ଆୟୋଜନ କରାଯିବାର ଆଭିମୁଖ୍ୟ ।
ଇଣ୍ଡିଆନ ଏକାଡ଼େମୀ ଅଫ ସାଇନ୍ସର ସଭାପତି ରାମକୃଷ୍ଣ ରାମସ୍ୱାମୀ ମୁଖ୍ୟବକ୍ତା ଭାବେ ଏଥିରେ ଯୋଗ ଦେଉଛନ୍ତି । 
 

12/11/2018

Leave a Reply

Your email address will not be published. Required fields are marked *

Comments