Bikash Khabar
ହୋଲି ପାଇଁ କଲିକତା ଓ ପୁରୀ ମଧ୍ୟରେ ୧ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ

ଦୋଳ ପୂର୍ଣ୍ଣିମା ଓ ହୋଲିରେ ଯାତ୍ରୀ ଭିଡ଼କୁ ଦୃଷ୍ଟିରେ ରଖି କଲିକତା ଓ ପୁରୀ ମଧ୍ୟରେ ଏକ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ ଚଳାଚଳ ପାଇଁ ରେଳବାଇ ପକ୍ଷରୁ ସ୍ଥିର କରାଯାଇଛି । କଲିକତା-ପୁରୀ ସ୍ୱତନ୍ତ୍ର ଟ୍ରେନ (୦୩୧୦୧) କଲିକତାରୁ ମାର୍ଚ୍ଚ ୨୦ (ବୁଧବାର) ରାତି ୧୧ଟା ୫୦ରେ ଛାଡ଼ି ପରଦିନ ପୂର୍ବାହ୍ନ ୯ଟା ୩୫ରେ ପୁରୀରେ ପହଂଚିବ । ସେହିପରି ପୁରୀରୁ (୦୩୧୦୨) ଅପରାହ୍ନ ୨ଟାରେ ଛାଡ଼ି କଲିକତାରେ ରାତି ୧୧ଟା ୫୫ରେ ପହଂଚିବ ।

ପୁରୀ-କଲିକତା ଯାତ୍ରାପଥରେ ଏହି ଟ୍ରେନ ଖୋର୍ଦ୍ଧାରୋଡ଼, ଭୁବନେଶ୍ୱର, ଭଦ୍ରକ, ବାଲେଶ୍ୱର, ଖଡ଼ଗପୁର ଠାରେ ରହଣି କରିବ । ଏହା ବ୍ୟତିତ ଏପ୍ରିଲ ୧ରୁ ଜୁନ ୨୬ ଯାଏ ଏକ ଯୋଡ଼ା ସାପ୍ତାହିକ ଟ୍ରେନ ବିଶାଖାପାଟଣା ଓ ସିକନ୍ଦରାବାଦ ମଧ୍ୟରେ ଯାତାୟତ କରିବ ।

13/03/2019

Leave a Reply

Your email address will not be published. Required fields are marked *

Comments