Bikash Khabar
ଭଦ୍ରକରେ ହେବ ସୁତାକଳ, କରାଯିବ ୧୨୦୦ କୋଟିର ନିବେଶ

 ଭଦ୍ରକରେ ସ୍ଥାପନ ହେବ ସୁତାକଳ । ଏଥିରେ ୧୨୦୦କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବ । ଓଡ଼ିଶାର ଶ୍ରମ ସମ୍ବଳ ଓ ତୁଳା ଚାଷ ଉଭୟ କ୍ଷେତ୍ରକୁ ଲାଭ ମିଳିବ । ତା ସହିତ ୩୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶରେ ଆଇଓସିଏଲ ପକ୍ଷରୁ ପ୍ଲାଷ୍ଟିକ ଶିଳ୍ପ ପ୍ରତିଷ୍ଠା କରାଯିବ ବୋଲି କେନ୍ଦ୍ର ତୈଳ ପ୍ରାକୃତିକ ଗ୍ୟାସ ଦକ୍ଷତା ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।

ବିଗତ ୪୮ ମାସର ଶାସନ କାଳ ମଧ୍ୟରେ ଓଡ଼ିଶାର ବିକାଶ ପାଇଁ ନରେନ୍ଦ୍ର ମୋଦି ସରକାର ପ୍ରତିଶ୍ରୃତିବଦ୍ଧ ଓ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି ବୋଲି ପ୍ରଧାନ ସୂଚାଇଛନ୍ତି । ୫ଟି କୋଇଲା ବ୍ଲକର ଇ ନିଲାମୀ ଦ୍ୱାରା ରାଜ୍ୟ ୭୧,୭୮୩ କୋଟି ଟଙ୍କା ପାଇଥିବାବେଳେ ୪,୩୦୦ କୋଟି ଟଙ୍କାର ଜିଲ୍ଲା ଖଣିଜ ପାଣ୍ଠି ପାଇପାରିଛି । ଜାତୀୟ ଇସ୍ପାତ ନୀତି କାରଣରୁ ରାଜ୍ୟ ଇସ୍ପାତ ଉତ୍ପାଦଗୁଡ଼ିକୁ ଅନ୍ୟ ଦେଶକୁ ରପ୍ତାନୀ କରାଇପାରିବ ବୋଲି ପ୍ରଧାନ କହିଥିଲେ । ରେଳବିକାଶ କ୍ଷେତ୍ରରେ ଓଡ଼ିଶା ମୋଦି ସରକାର ସମୟରେ ୨୦.୨୧୩ କୋଟି ଟଙ୍କା ପାଇ ସାରିଥିବା ବେଳେ ମନମୋହନ ସିଂ ସରକାରଙ୍କ ଶେଷ ୪ ବର୍ଷରେ ମାତ୍ର ୪,୧୯୦କୋଟି ଟଙ୍କା ପାଇବାରେ ସମର୍ଥ ହୋଇଥିଲା ବୋଲି ପ୍ରଧାନ ଦର୍ଶାଇଥିଲେ । 

08/07/2018

Leave a Reply

Your email address will not be published. Required fields are marked *

Comments