Bikash Khabar
ଶ୍ରୀମନ୍ଦିର କାର୍ଯ୍ୟାଳୟ ହେବ ଡ଼ିଜିଟାଲ

ଦ୍ୱାଦଶ ଶତାବ୍ଦୀର ପୁରୀ ଶ୍ରୀଜଗନ୍ନାଥ ମନ୍ଦିର । ଏହାର ପରିଚାଳନା ପାଇଁ ରହିଛି ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ । ମନ୍ଦିର ପ୍ରଶାସନର ଏକ କାର୍ଯ୍ୟାଳୟ ମନ୍ଦିର ସଂପର୍କିତ ନୀତି ନିୟମ ଓ ପରିଚାଳନା ସଂପର୍କିତ କାର୍ଯ୍ୟ ବୁଝିଥାଏ । ବଡ଼ଦାଣ୍ଡରେ ଏହାର କାର୍ଯ୍ୟାଳୟ ରହିଛି । ଏବେ ଏହାର କାର୍ଯ୍ୟାଳୟରୁ କାଗଜ ପତ୍ର ହଟିବ । ଆରମ୍ଭ ହେବ କମ୍ପ୍ୟୁଟରୀକରଣ । ପୁରା କାର୍ଯ୍ୟାଳୟକୁ ଡ଼ିଜିଟାଇଜେସନ କରାଯିବ ବୋଲି ମନ୍ଦିର ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି ।
ଶ୍ରୀମନ୍ଦିର କାର୍ଯ୍ୟାଳୟ ଡ଼ିଜିଟାଇଜେସନ ହେଲେ ଏହାର ନଥିପତ୍ର କାମ ତ୍ୱରିତ ହେବ । ଏହି ପ୍ରଣାଳୀକୁ ଉଦଘାଟନ କରି ମୁଖ୍ୟ ପ୍ରଶାସକ କହିଛନ୍ତି । ଏହା କାର୍ଯ୍ୟକାରୀ ହେବା ଦ୍ୱାରା ମୁଁ ଭୁବନେଶ୍ୱରରେ ଥିଲେ ମଧ୍ୟ ସେଠାରୁ କାର୍ଯ୍ୟାଳୟ କାମ କରିପାରିବି । ୨୦୧୯ ସୁଦ୍ଧା ମନ୍ଦିର କାର୍ଯ୍ୟାଳୟର ସମସ୍ତ କାମ ଏଭଳି ପ୍ରଣାଳୀରେ ହେବା ନେଇ ସେ ସୂଚନା ଦେଇଥିଲେ ।
ଏବେ ରାଜ୍ୟ ସଚିବାଳୟର ୯୦ ପ୍ରତିଶତ କାମ କମ୍ପ୍ୟୁଟର ଜରିଆରେ କରାଯାଉଛି । ଆସ୍ତେ ଆସ୍ତେ ଅଭ୍ୟସ୍ତ ହୋଇଗଲେ ଏ କାମ ସହଜ । ସ୍ୱଚ୍ଛତା ପାଇଁ ଏପରି ପ୍ରକ୍ରିୟା ଭଲ । ଏହା ଦ୍ୱାରା ଗଦା ଗଦା ଫାଇଲ ସୃଷ୍ଟି ହେବନି । ବଦଳୁଥିବା ପ୍ରଯୁକ୍ତି ସହିତ ଖାପଖୁଆଇ ଆମକୁ ଆଗକୁ ବଢିବାକୁ ପଡ଼ିବ ବୋଲି ସେ କହିଛନ୍ତି । ନୁଆ ପ୍ରଣାଳୀକୁ ନେଇ ଆଦୌ ଭୟଭୀତ ହୁଅନ୍ତୁ ନାହିଁ । ଡ଼ିଜିଟାଲ ସିଷ୍ଟମ କାମକୁ ସହଜ କରାଇବ । 
 

19/09/2018

Leave a Reply

Your email address will not be published. Required fields are marked *

Comments