Bikash Khabar
ହୃଦୟବାନ ଅକ୍ଷୟ, ୧୦୦ କନ୍ୟାଙ୍କ ଗଣ ବିବାହରେ ଦାନ କଲେ କୋଟିଏ ଟଙ୍କା

ବଲିଉଡ଼୍ ଅଭିନେତା ଅକ୍ଷୟ କୁମାର ପୁଣି ଥରେ ଚର୍ଚ୍ଚାରେ । ଏଥର ସେ ନିଜ ସିନେମାର ଚମତ୍କାର  ଅଭିନୟ ପାଇଁ ନୁହେଁ ବରଂ ସମାଜସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ଗଣମାଧ୍ୟମର ଶିରୋନାମା ପାଲଟିଛନ୍ତି । କିଛି ଦିନ ତଳେ ପୁଲୱାମାରେ ସହିଦ ହୋଇଥିବା ୪୦ ଜଣ ଯବାନଙ୍କ ପରିବାରକୁ ୫ କୋଟି ଟଙ୍କା ଦାନ କରି ଅକ୍ଷୟ କୁମାର ଭାରତବାସୀଙ୍କ ହୃଦୟକୁ ଛୁଇଁ ପାରିଥିବା ବେଳେ ଏବେ ସେ ଏକ ଗଣ ବିବାହରେ ୧୦୦ ଜଣ କନ୍ୟାଙ୍କୁ ଏକ କୋଟି ଟଙ୍କା ଦାନ କରିଥିବା ଜଣାଯାଇଛି ।

ଗରିବ ପରିବାରରେ ଝିଅଟିଏ ବିବାହ ପିତାମାତାଙ୍କ ପାଇଁ ବୋଝଟିଏ ହୋଇଥାଏ । ଗରିବ ପିତାମାତାଙ୍କ କାନ୍ଧରୁ ଏହି ଦାୟିତ୍ୱକୁ ଟିକେ ହାଲକା କରିବା ପାଇଁ ନିକଟରେ ଏକ ସାମୁହିକ ବିବାହର ଆୟୋଜନ ହୋଇଥିଲା । ଏହି ବିବାହରେ ୧୦୦ ଯୋଡ଼ା ବର କନ୍ୟା ଭାଗ ନେଇଥିଲେ । ଅକ୍ଷୟ କୁମାର ପ୍ରତି ନବବଧୂଙ୍କ ଆକାଉଣ୍ଟକୁ ଏକ ଲକ୍ଷ ଟଙ୍କା ପଠାଇ ନିଜ ସାମାଜିକ ଦାୟିତ୍ୱବୋଧକୁ ନିର୍ବାହ କରି ଉଦାହରଣ ପାଲଟିଛନ୍ତି ।

02/03/2019

Leave a Reply

Your email address will not be published. Required fields are marked *

Comments