Bikash Khabar
ବାୟୁ ପ୍ରଦୂଷଣ ଯାଂଚ ପାଇଁ ଷ୍ଟାର ରେଟିଂ

ପ୍ରଦୂଷଣମାନକୁ ଯାଂଚ କରିବା ଏବଂ ସ୍ୱଚ୍ଛତା ବଜାୟ ରଖିବା ପାଇଁ ରାଜ୍ୟ ସରକାର ଶିଳ୍ପାଂଚଳ ଗୁଡ଼ିକରେ ଷ୍ଟାର ରେଟିଂ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛନ୍ତି । ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ନିର୍ଦ୍ଧାରିତମାନକୁ ଦୃଷ୍ଟିରେ ରଖି ଶିଳ୍ପ ଗୁଡ଼ିକର ଏ ଦିଗରେ ଥିବା କାର୍ଯ୍ୟକ୍ରମ ଗୁଡ଼ିକୁ ମପାଯିବ । ୧ରୁ ୫ଯାଏ ସ୍କେଲରେ ସଂପୃକ୍ତ ଶିଳ୍ପ କେତେ ପ୍ରଦୂଷଣ ସୃଷ୍ଟି କରୁଛି ଓ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେଉଛି ତାହା ମୂଲ୍ୟାଙ୍କନ କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ କୁହାଯାଇଛି ।
ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ ଏବଂ ଏନର୍ଜି ପଲିସି ଇନଷ୍ଟିଚ୍ୟୁଟ ଅଫ ଦ ୟୁନିଭରସିଟି ଅଫ ଚିକାଗୋର ମିଳିତ ଉଦ୍ୟମରେ ପ୍ରଦୂଷଣମାନ ଯାଂଚ ପାଇଁ ଷ୍ଟାର ରେଟିଂ କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ଏହି ସିଷ୍ଟମ ଶିଳ୍ପମାନଙ୍କୁ ସ୍ୱଚ୍ଛ ପ୍ରଯୁକ୍ତି ଚୟନ କରିବାରେ ସହାୟକ ହୋଇପାରିବ । 
ସାଧାରଣ ଜନଗଣ ଏ ସଂପର୍କିତ ସୂଚନା ପାଇବା ପାଇଁ  ନାମରେ ଏକ ୱେବସାଇଟ ଶୁଭାରମ୍ଭ କରାଯାଇଛି । ଉନ୍ନୟନ କମିସନର ତଥା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ଅଧ୍ୟକ୍ଷ ଆର ବାଲକ୍ରିଷ୍ଣନ କହିଛନ୍ତି ଯେ ଶିଳ୍ପ ପ୍ରଦୂଷଣକୁ ନିରବଚ୍ଛିନ୍ନ ତଦାରଖ କରାଯିବ । 
 

18/09/2018

Leave a Reply

Your email address will not be published. Required fields are marked *

Comments