Bikash Khabar
ନୂଆ ଲକ୍ଷ୍ୟ ଧାର୍ଯ୍ୟ, ୨୦୨୦ ସୁଦ୍ଧା ରାଜ୍ୟରୁ କୁଷ୍ଠରୋଗ ହେବ ଲୁପ୍ତ

ଯେଉଁ ଜିଲ୍ଲା ଗୁଡ଼ିକରେ କୁଷ୍ଠରୋଗୀ ସଂଖ୍ୟା ବଢୁଛନ୍ତି ସେ ସବୁ ଜିଲ୍ଲା ଗୁଡ଼ିକରେ ଏ ରୋଗକୁ ନେଇ ବ୍ୟାପକ ଜନ ସଚେତନତା ଓ ଚିହ୍ନଟ କରିବା ପାଇଁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ସଚିବ ଡ଼ଃ ପ୍ରମୋଦ ମେହେର୍ଦ୍ଦା ପରାମର୍ଶ ଦେଇଛନ୍ତି ।
ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡ଼ିଏମଓ) ଏବଂ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ (ଡ଼ିପିଏମ) ମାନଙ୍କ ଏକ କର୍ମଶାଳାକୁ ସମ୍ବୋଧିତ କରି ମେହେର୍ଦ୍ଦା କହିଛନ୍ତି ଯେ ଆଗାମୀ ୨୦୨୦ ସୁଦ୍ଧା ରାଜ୍ୟକୁ କୁଷ୍ଠରୋଗରୁ ମୁକ୍ତ କରିବାକୁ ହେବ । କୁଷ୍ଠରୋଗ କାରଣରୁ ହେଉଥିବା ଗ୍ରେଡ଼-୨ ଭିନ୍ନକ୍ଷମତାକୁ ଦୂର କରିବା ପାଇଁ ବିଭିନ୍ନ ପ୍ରକାର ପ୍ରୟାସ କରାଯାଉଥିବା ସେ ସୂଚାଇଛନ୍ତି । ଆଗାମୀ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ବେଳକୁ ଯେମିତି ରାଜ୍ୟରେ ପ୍ରତି ୧୦ ଲକ୍ଷ ଲୋକଙ୍କ ମଧ୍ୟରେ ଗୋଟିଏ ବି କୁଷ୍ଠ ରୋଗାକ୍ରାନ୍ତ କେସ୍ ଦେଖାନଯାଏ ସେ ଦିଗରେ ଆମକୁ କାମ କରିବାକୁ ହେବ ।
ସୂଚନା ଯୋଗ୍ୟ ଯେ, ୧୯୮୨-୮୩ ମସିହାରେ ଆମ ରାଜ୍ୟରେ ପ୍ରତି ୧୦ ହଜାର ଜନସଂଖ୍ୟାରେ ୧୨୧.୪ ଜଣ କୁଷ୍ଠାରୋଗାକ୍ରାନ୍ତଙ୍କୁ ଦେଖିବାକୁ ମିଳୁଥିଲା । ୨୦୦୬-୦୭ରେ ଏହା ୦.୬୫କୁ ଖସି ଆସିଲା । ସାରା ଦେଶରେ ଏନଏଲଇପି କାର୍ଯ୍ୟକାରୀ ହେବା ଫଳରେ ଏପରି ଫଳ ମିଳିଥିଲା । କିନ୍ତୁ ପୁଣି ଥରେ କୁଷ୍ଠରୋଗୀ ଚିହ୍ନଟ ହେଉଥିବା ଘଟଣା ଚିନ୍ତା ବଢାଇ ଦେଇଛି । ୨୦୧୪-୧୫ରେ ୮୦୦୪ ନୁଆ କୁଷ୍ଠରୋଗୀ ସୃଷ୍ଟି ହୋଇଥିବାବେଳେ ୨୦୧୫-୧୬ରେ ୧୦,୧୭୪ ଓ ୨୦୧୬-୧୭ରେ ୧୦,୦୪୫ କୁଷ୍ଠରୋଗୀ ଚିହ୍ନଟ ହୋଇଛନ୍ତି । 
 

21/09/2018

Leave a Reply

Your email address will not be published. Required fields are marked *

Comments