Bikash Khabar
ଆଜି ଲୋକାର୍ପିତ ହେବ ସର୍ଦ୍ଦାର ପଟେଲଙ୍କ ବିଶ୍ୱର ସବୁଠୁ ଉଚ୍ଚତମ ସ୍ମାରକୀ

ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୩ ତମ ଜୟନ୍ତୀ ଅବସରରେ ଅକ୍ଟୋବର ୩୧ ଦିନ ତାଙ୍କ ସ୍ମୃତିରେ ନିର୍ମିତ ବିଶାଳ ପ୍ରତିମା ଷ୍ଟାଚ୍ୟୁ ଅଫ ୟୁନିଟିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟର ନର୍ମନ୍ଦା ଜିଲ୍ଲା କେଭଡ଼ିୟା ଗ୍ରାମରେ ଲୋକାର୍ପିତ କରିବେ ।
ଏହା ବିଶ୍ୱର ସବୁଠାରୁ ଉଚ୍ଚତମ ସ୍ମାରକୀ । ୧୮୨ ମିଟର ଉଚ୍ଚତା ବିଶିଷ୍ଟ ଏହି ଏକତା ପ୍ରତିମୂର୍ତ୍ତି ଆମେରିକାର ଷ୍ଟାଚ୍ୟୁଅଫ୍ ଲିବର୍ଟି ଠାରୁ ଦୁଇଗୁଣ ଅଧିକ । ବିଶ୍ୱର ଉଚ୍ଚତମ ସ୍ମାରକୀ ମଧ୍ୟରେ ଥିବା ଚୀନର ଷ୍ପ୍ରିଙ୍ଗ ଟେମ୍ପଲର ଭଗବାନ ବୁଦ୍ଧଙ୍କ ମୂର୍ତ୍ତି (୧୫୩ମି) ଜାପାନର ଭସିକୁରେ ଥିବା ବୁଦ୍ଧ ପ୍ରତିମା (୧୨୦ମି) ଷ୍ଟାଚ୍ୟୁ ଅଫ ଲିବର୍ଟି(୯୩ମି) ଋଷିଆର ହୋମଲ୍ୟାଣ୍ଡ ମଦର (୮୫ମି) ଏବଂ ବ୍ରାଜିଲର ରିଓଡ଼ି ଜେନିରୋରେ ସ୍ଥାପିତ ଯୀଶୁଙ୍କ ପ୍ରତିମା(୩୮) ତୁଳନାରେ ଏକତା ପ୍ରତିମୂର୍ତ୍ତି ଅଧିକ ବିଶାଳ । ଲୌ÷ହପୁରୁଷ ଭାବେ ପରିଚିତ ପଟେଲ ଭାରତର ପ୍ରଥମ ଉପ ପ୍ରଧାନମନ୍ତ୍ରୀ । ପରାଧୀନ ଭାରତରେ କୃଷକ ଆନ୍ଦୋଳନର ଥିଲେ ସେ ଜଣେ ଅଗ୍ରଣୀ ସାରଥୀ । ପାଂଚଶହ ବାଷଠିଟି ଦେଶୀୟ ରାଜ୍ୟକୁ ମିଶ୍ରଣ କରି ସେ ସାହସିକତାର ପରିଚୟ ଦେଇଥିଲେ । 
 

 

31/10/2018

Leave a Reply

Your email address will not be published. Required fields are marked *

Comments