Bikash Khabar
ଗଳି କନ୍ଧିରେ କ୍ରିକେଟ ଖେଳୁଥିବା ପିଲା ପାଲଟିବେ ଭାରତର ଷ୍ଟାର, ହେବାକୁ ଯାଉଛି ଷ୍ଟ୍ରିଟ ଚାଇଲ୍ଡ କ୍ରିକେଟ ବିଶ୍ୱ କପ୍

ପିଟିସି ଇଣ୍ଡିଆ ଫାଇନାନ୍ସିଆଲ ସର୍ଭିସେସ ଲିମିଟେଡ଼୍ ଆଇସିସି କ୍ରିକେଟ ବିଶ୍ୱ କପ୍ ପୂର୍ବରୁ ୨୦୧୯ ମେ ରେ ଆୟୋଜିତ ହେବାକୁ ଯାଉଥିବା ଷ୍ଟ୍ରିଟ ଚାଇଲ୍ଡ କ୍ରିକେଟ ବିଶ୍ୱ କପ୍ ପାଇଁ ଟିମ୍ ଇଣ୍ଡିଆ ନର୍ଥ ସହିତ ଆନୁଷ୍ଠାନିକ ପ୍ରାୟୋଜକ ହେବା ପାଇଁ ଘୋଷଣା କରିଛି ।

ଷ୍ଟ୍ରିଟ ଚାଇଲ୍ଡ କ୍ରିକେଟ ୱାଲ୍ଡ କପ୍ ୨୦୧୯ ରାସ୍ତାକଡ଼ରେ ଶିଶୁମାନଙ୍କ ପ୍ରଥମ କ୍ରିକେଟ ବିଶ୍ୱ କପ୍ ଅଟେ । ସେଉଦ ଚିଲଡ଼୍ରେନ ତଥା ଦ ହୋପ ଫାଉଣ୍ଡେସନ ମାଧ୍ୟମରେ ଜେଣ୍ଡର ନ୍ୟୁଟ୍ରଲ ଟିମ୍ ଇଣ୍ଡିଆ ନର୍ଥ ସମେତ ଦୁଇଟି ଟିମ୍ ପଠାଇବାର ବନ୍ଦୋବସ୍ତ କରୁଛନ୍ତି ।
ପ୍ରତ୍ୟେକ ଶିଶୁଙ୍କୁ କ୍ରିକେଟ ଖେଳରୁ ଖୁସି ମିଳିଥାଏ ଏବଂ କ୍ରିକେଟ ଏବେ ଭାରତର ଏକ ଲୋକପ୍ରିୟ ଖେଳ । ଲର୍ଡ଼ସରେ ଖେଳିବାକୁ ଯାଉଥିବା ଭାରତର ଗଳି କନ୍ଦିର ପିଲାଙ୍କୁ ପଠାଉଥିବାରୁ ଆମେ ଆନନ୍ଦିତ ବୋଲି ଅନ୍ତର୍ଜାତୀୟ ସଂଗଠନ ସେଉ ଦି ଚିଲଡ଼୍ରେନ ପକ୍ଷରୁ କୁହାଯାଇଛି ।

10/04/2019

Leave a Reply

Your email address will not be published. Required fields are marked *

Comments